ବିଲକୁ ଯାଉଥିବାବେଳେ ୨ ଚାଷୀଙ୍କୁ ଦଳିଦେଲା ହାତୀ
ଟାଙ୍ଗୀ : ହାତୀ ନେଉଛି ଜୀବନ I ଜଣ ବସତିମୁହାଁ ହାତୀପଲ I ଦିନକୁ ଦିନ ହାତୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢିଚାଲିଛି I ବର୍ତ୍ତମାନ ଧାନ ପାଚିବା ସମୟ ହୋଇଥିବାରୁ,ଧାନ ଖାଇବାକୁ ବିଲମୁହାଁ ହେଉଛନ୍ତି ହାତୀ I ଆଜି ହାତୀ ହାବୁଡ଼ରେ ପଡିଯିବାରୁ ୨ ଚାଷୀଙ୍କ ଜୀବନ ଯାଇଛି । ଆସନ୍ନ ବାତ୍ୟାକୁ ଦୃଷ୍ଟିରେ ରଖି ଗତ କାଲି ରାତିରେ ଚାଷୀ ୨ଜଣ ପାଚିଲା ଧାନ ଅମଳ କରିବାକୁ ବିଲକୁ ଯାଇଥିଲେ I ତେବେ ଆଜି […]
ଟାଙ୍ଗୀ : ହାତୀ ନେଉଛି ଜୀବନ I ଜଣ ବସତିମୁହାଁ ହାତୀପଲ I ଦିନକୁ ଦିନ ହାତୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢିଚାଲିଛି I ବର୍ତ୍ତମାନ ଧାନ ପାଚିବା ସମୟ ହୋଇଥିବାରୁ,ଧାନ ଖାଇବାକୁ ବିଲମୁହାଁ ହେଉଛନ୍ତି ହାତୀ I ଆଜି ହାତୀ ହାବୁଡ଼ରେ ପଡିଯିବାରୁ ୨ ଚାଷୀଙ୍କ ଜୀବନ ଯାଇଛି । ଆସନ୍ନ ବାତ୍ୟାକୁ ଦୃଷ୍ଟିରେ ରଖି ଗତ କାଲି ରାତିରେ ଚାଷୀ ୨ଜଣ ପାଚିଲା ଧାନ ଅମଳ କରିବାକୁ ବିଲକୁ ଯାଇଥିଲେ I ତେବେ ଆଜି ସକାଳେ କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରୁଥିବାବେଳେ ସେମାନଙ୍କ ମୃତଦେହ ଚାଷ ଜମିରେ ପଡିଥିବାର ଦେଖିଥିଲେ । ଘଟଣାଟି ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ବ୍ରଜ ଗୋପିକା ଧାମ ନିକଟରେ ଘଟିଛି । ମୃତ ଚାଷୀ ଦ୍ବୟ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରିଓରଡ ପଂଚାୟତ ଜରିଟାପୁ ଗାଁର କୃଷ୍ଣ ପ୍ରଧାନ ଏବଂ ଲଖ୍ମୀଧର ବେହେରା । ସିଦ୍ଧେଶ୍ୱର ମନ୍ଦିର ନିକଟ ବିଲରେ ହାତୀ ଦଳିଦେଇଥିବା ଜଣାପଡିଛି । ଏବେ ଶବ ଦୁଇଟି ପଡି ରହିଛି । ସ୍ଥାନୀୟ ଲୋକେ ଏବେ ଟାଙ୍ଗି ବନ ବିଭାଗ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି ।




