ବିପଦ ସଂକେତ ଟପିଲା ଜଳକା
ବାଲେଶ୍ୱର : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପାଇଁ ଜଳକା ନଦୀର ଜଳସ୍ତର ବଢୁଛି । ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳସ୍ତର। ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ରହିଥିବା ବେଳେସତର୍କ ସଙ୍କେତ ରହିଛି ୬.୦୦ ମିଟର । ସକାଳା ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୮୦ ମିଟରରେ ପ୍ରବାହିତ ହେଉଛି । ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର […]
ବାଲେଶ୍ୱର : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପାଇଁ ଜଳକା ନଦୀର ଜଳସ୍ତର ବଢୁଛି । ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳସ୍ତର। ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ରହିଥିବା ବେଳେସତର୍କ ସଙ୍କେତ ରହିଛି ୬.୦୦ ମିଟର । ସକାଳା ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୮୦ ମିଟରରେ ପ୍ରବାହିତ ହେଉଛି ।
ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର,ମୋରଡ଼ା, ଶୁଳିଆପଦା,ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ଜଳସ୍ତର । ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବାରୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହେବର ଆଶଙ୍କା କରାଯାଉଛି । ଗତ କିଛି ଦିନ ପୂର୍ବରୁ ବନ୍ଯା ଆସି ଶହ ଶହ ହେକ୍ଟର ଜମିରେ ଧାନ ତଳି ନଷ୍ଟ ହୋଇଥିଲା, ପୁଣି ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୮ ପଞ୍ଚାୟତ ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଂକା କରା ଯାଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାରୁ ଭୟଭୀତ ଅଛନ୍ତି ନଦୀ କୁଳିଆ ଅଞ୍ଚଳ ଲୋକେ ।




