ବିନିକାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ
ବିନିକା : ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୁବକଙ୍କ ଅସ୍ୱାଭାବିକ ଜନିତ ମୃତ୍ୟୁ I ମୃତ ବ୍ୟକ୍ତି ଜଣକ ହେଲେ ଉଲୁଣ୍ଡା ବ୍ଲକ ଖମାଲୋଈ ଗ୍ରାମର ଦିଲ୍ଲୀପ ଡୁଗୁରିଆ I ବୟସ ୨୫ ବର୍ଷ, ସେ ଜଣେ ଦିନମଜୁରିଆ I ତାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ଅଂଶୁଘାତ ଜନିତ ବୋଲି ପରିବାର ଲୋକେ କହିଛନ୍ତି I ତେବେ ଶବ ବ୍ୟବଚ୍ଛେଦ ପରେ ଏହା ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କହିଛନ୍ତି I ସୋମବାର ସ୍ଥାନୀୟ ଅଞ୍ଚଳରେ ଏକ କୂଅ […]
ବିନିକା : ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୁବକଙ୍କ ଅସ୍ୱାଭାବିକ ଜନିତ ମୃତ୍ୟୁ I ମୃତ ବ୍ୟକ୍ତି ଜଣକ ହେଲେ ଉଲୁଣ୍ଡା ବ୍ଲକ ଖମାଲୋଈ ଗ୍ରାମର ଦିଲ୍ଲୀପ ଡୁଗୁରିଆ I ବୟସ ୨୫ ବର୍ଷ, ସେ ଜଣେ ଦିନମଜୁରିଆ I ତାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ଅଂଶୁଘାତ ଜନିତ ବୋଲି ପରିବାର ଲୋକେ କହିଛନ୍ତି I ତେବେ ଶବ ବ୍ୟବଚ୍ଛେଦ ପରେ ଏହା ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କହିଛନ୍ତି I
ସୋମବାର ସ୍ଥାନୀୟ ଅଞ୍ଚଳରେ ଏକ କୂଅ ଖୋଳିବାବେଳେ ସେ ଅସୁସ୍ଥ ହୋଇ ପଡ଼ିଥିଲେ I ଏହାପରେ ତାଙ୍କୁ ଉଲୁଣ୍ଡା ଡାକ୍ତର ଖାନରେ ଭର୍ତି କରାଯାଇଥିଲା I କିନ୍ତୁ ରାତିରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବିନିକା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି I




