ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ୱର : ଝାରସୁଗୁଡ଼ା ବିଧାୟିକା ଭାବରେ ଆଜି ଶପଥ ନେଇଛନ୍ତି ଦୀପାଳି ଦାସ, ବିଧାନସଭାରେ ଶପଥ ପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂ। ଦୀପାଳି ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଛନ୍ତି I ଶପଥ ନେବା ପରେ ଦୀପାଳି ନିଜ ପ୍ରତିକ୍ରିୟା ରଖିଛନ୍ତି । ଇଶ୍ୱରଙ୍କ ନାଁରେ ଶପଥ ନେବା ପରେ ଦୀପାଳି କହିଛନ୍ତି, ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଶପଥ ନେଇଛି । ସର୍ବଦା ଝାରସୁଗୁଡାବାସୀଙ୍କ ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ […]

Samaya Live Picture
Published On

ଭୁବନେଶ୍ୱର : ଝାରସୁଗୁଡ଼ା ବିଧାୟିକା ଭାବରେ ଆଜି ଶପଥ ନେଇଛନ୍ତି ଦୀପାଳି ଦାସ, ବିଧାନସଭାରେ ଶପଥ ପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂ। ଦୀପାଳି ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଛନ୍ତି I

ଶପଥ ନେବା ପରେ ଦୀପାଳି ନିଜ ପ୍ରତିକ୍ରିୟା ରଖିଛନ୍ତି । ଇଶ୍ୱରଙ୍କ ନାଁରେ ଶପଥ ନେବା ପରେ ଦୀପାଳି କହିଛନ୍ତି, ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଶପଥ ନେଇଛି । ସର୍ବଦା ଝାରସୁଗୁଡାବାସୀଙ୍କ ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଳ ପାଇଁ ନିଷ୍ଠାର ସହ କାମ କରିବି । ବାପାଙ୍କ ବିକାଶମୂଳକ ସ୍ୱପ୍ନକୁ ପୂରା କରିବା ସହ ତାଙ୍କର ନାଁ ରଖିବି । ବାପାଙ୍କ ସଂସ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ବଳରେ ସର୍ବଦା ଝାରସୁଗୁଡାବାସୀଙ୍କ ସେବାରେ ରହିଥିବି ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରଗୁଗୁଡ଼ାରେ ଉପନିର୍ବାଚନ ହୋଇଥିଲା । ଏଥିରେ ବାପାଙ୍କ ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କର ବୃହତ ବିଜୟ ହୋଇଛି I ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି । ଦୀପାଳି ଲକ୍ଷେ ୭ ହଜାର ୧୯୮ଟି ଭୋଟ ପାଇଥିବାବେଳେ ଟଙ୍କଧର ପାଇଛନ୍ତି ୫୮ ହଜାର ୪୭୭ ଭୋଟ୍ । ଏହା ସହିତ ଦୀପାଳି ୨୦୧୯ ବିଜେଡି ଟିକଟରୁ ଜିତିଥିବା ବାପା ନବ ଦାସଙ୍କର ମଧ୍ୟ ରେକର୍ଡ ଭାଙ୍ଗିଛନ୍ତି I

Tags: