ବିଧାନସଭାକୁ ମୁଣ୍ଡିଆ ମାରିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ
ଭୁବନେଶ୍ୱର : ଶୁକ୍ରବାର ଥିଲା ବିଧାନସଭା ବଜେଟ ଅଧିବେଶନର ଶେଷ ଦିବସ । ଆଜି ଗୃହରୁ ବାହାରିବା ବେଳେ ଭାବବିହ୍ୱଳ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରି ବାହାରିଛନ୍ତି ସୁର। ସେ କହିଛନ୍ତି ଆଜି ମୋର ବିଧାନସଭାର ଶେଷ ଦିନ I ବିଧାନସଭାକୁ ମିସ କରିବି I ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି I ଆଗକୁ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତି ନେଇଥିବାରୁ ଆଉ ବିଧାନସଭାକୁ ଆସିବେ […]
ଭୁବନେଶ୍ୱର : ଶୁକ୍ରବାର ଥିଲା ବିଧାନସଭା ବଜେଟ ଅଧିବେଶନର ଶେଷ ଦିବସ । ଆଜି ଗୃହରୁ ବାହାରିବା ବେଳେ ଭାବବିହ୍ୱଳ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରି ବାହାରିଛନ୍ତି ସୁର। ସେ କହିଛନ୍ତି ଆଜି ମୋର ବିଧାନସଭାର ଶେଷ ଦିନ I ବିଧାନସଭାକୁ ମିସ କରିବି I ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି I ଆଗକୁ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତି ନେଇଥିବାରୁ ଆଉ ବିଧାନସଭାକୁ ଆସିବେ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ । ଏଥିପାଇଁ ଗୃହକୁ ମୁଣ୍ଡିଆ ମାରି ବିଦାୟ ନେଇଛନ୍ତି।
୧୯୭୭ରେ ପ୍ରଥମ ଥର ବିଧାୟକ ହୋଇ ବିଧାନସଭାକୁ ଆସିଥିଲେ। ସବୁବେଳେ ଜଟଣୀ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ସ୍ୱର ଉଠାଇବା ସହ ଲୋକଙ୍କ ହିତ ପାଇଁ କାମ କରିଆସିଛନ୍ତି। କିନ୍ତୁ ଏବେ ୨୦୨୪ ନିର୍ବାଚନରେ ସୁରଙ୍କୁ ମୈଦାନରେ ଲଢେଇ କରୁଥିବା ଦେଖିବାକୁ ମିଳିବ ନାହିଁ। ଜଟଣୀରୁ ସାନ ପୁଅକୁ ପ୍ରାର୍ଥୀ କରିବାକୁ ସେ ପୂର୍ବରୁ ଘୋଷଣା କରିଛନ୍ତି।




