ବିଦାୟ ନେଲା ମୌସୁମୀ
ଭୁବନେଶ୍ୱର : ରାଜ୍ୟରୁ ବିଦାୟ ନେଲା ମୌସୁମୀ I ବିଳମ୍ବରେ ଆସି ଚଞ୍ଚଳ ଫେରି ଯାଇଛି I ପାଗ ଅନୁକୂଳ ଯୋଗୁଁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି । ୮ ଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ମଧ୍ୟ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବାବେଳେ ୨ଦିନ ପୂର୍ବରୁ ମୌସୁମୀ ଫେରିଯାଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି I ଚଳିତ ବର୍ଷ ଅକ୍ଟୋବରରେ […]
ଭୁବନେଶ୍ୱର : ରାଜ୍ୟରୁ ବିଦାୟ ନେଲା ମୌସୁମୀ I ବିଳମ୍ବରେ ଆସି ଚଞ୍ଚଳ ଫେରି ଯାଇଛି I ପାଗ ଅନୁକୂଳ ଯୋଗୁଁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି । ୮ ଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ମଧ୍ୟ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବାବେଳେ ୨ଦିନ ପୂର୍ବରୁ ମୌସୁମୀ ଫେରିଯାଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି I
ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇନାହିଁ । ଧୁ ଧୁ ଖରା ସହିତ ପ୍ରଚଣ୍ଡ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ I ଏବର୍ଷ ମୌସୁମୀ ବିଳମ୍ବରେ ଆସିବା ସହିତ ନିଅନଡିଆ ରହିଛି ବର୍ଷାର ପରିମାଣ I ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ ୩ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୧୧୫୦.୨ ମିମି ହେବା କଥା । କିନ୍ତୁ ଚଳିତ ବର୍ଷ ୧୧୧୫.୪ ବର୍ଷା ରେକର୍ଡ କରାଯାଇଛି ଏଥିସହ ୧ ଅକ୍ଟୋବର ରୁ ୧୩ ଅକ୍ଟୋବର ମଧ୍ୟରେ ସାରା ରାଜ୍ୟରେ ୧୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।
ଅନ୍ୟପଟେ ଦୁର୍ଗାପୂଜା ବେଳକୁ ଲଘୁଚାପ ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ I ଆରବ ସାଗର ଉପକୂଳ ଠାରୁ ଦୂରରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି I ଗୁରୁଚାପ ଦୁର୍ବଳ ହେବାପରେ ୧୮ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇ ଏହା ଓଡିଶା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି I ୧୫ ତାରିଖ ପରେ ତାପମାତ୍ରା ୧ ରୁ ୩ ଡିଗ୍ରୀ ସେଲସିୟସ କମିବ ହେଲେ ଅକ୍ଟୋବର ଶେଷ ଯାଏଁ ତାଟିର କୌଣସି ପରିବର୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି I




