ବିଜ୍ଞାପନ ଲଗାଇଲେ ଗଣିବେ ତଣ୍ଡ

ଭୁବନେଶ୍ୱର : ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ । ଏଣିକି କାନ୍ଥବାଡ଼ରେ ଟୁ-ଲେଟ ଗଣିବେ ତଣ୍ଡ। କାନ୍ଥବାଡ଼ କି ଇଲେକ୍ଟ୍ରି ଖୁଣ୍ଟରେ ବିଜ୍ଞାପନ ଲଗାଇବା ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବ ବିଏମସି। ରାଜଧାନୀକୁ ସ୍ବଚ୍ଛ ସୁନ୍ଦର ରଖିବାକୁ ତତ୍ପର ହୋଇଛି ବିଏମସି । ଏନେଇ ଅନେକ କଠୋର ପଦକ୍ଷେପ ମଧ୍ୟ ନେଇଛି । ତେବେ ଭୁବନେଶ୍ବରରେ ଘର ଭଡ଼ାର ଚାହିଦା ଅନେକ ମାତ୍ରାରେ ରହିଥିବା ବେଳେ ଏହାକୁ ବ୍ୟବସାୟରେ ପରିଣତ କରିଥିବା କିଛି ବ୍ୟକ୍ତି […]

Samaya Live Picture
Published On

ଭୁବନେଶ୍ୱର : ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ । ଏଣିକି କାନ୍ଥବାଡ଼ରେ ଟୁ-ଲେଟ ଗଣିବେ ତଣ୍ଡ। କାନ୍ଥବାଡ଼ କି ଇଲେକ୍ଟ୍ରି ଖୁଣ୍ଟରେ ବିଜ୍ଞାପନ ଲଗାଇବା ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବ ବିଏମସି। ରାଜଧାନୀକୁ ସ୍ବଚ୍ଛ ସୁନ୍ଦର ରଖିବାକୁ ତତ୍ପର ହୋଇଛି ବିଏମସି । ଏନେଇ ଅନେକ କଠୋର ପଦକ୍ଷେପ ମଧ୍ୟ ନେଇଛି । ତେବେ ଭୁବନେଶ୍ବରରେ ଘର ଭଡ଼ାର ଚାହିଦା ଅନେକ ମାତ୍ରାରେ ରହିଥିବା ବେଳେ ଏହାକୁ ବ୍ୟବସାୟରେ ପରିଣତ କରିଥିବା କିଛି ବ୍ୟକ୍ତି ଏବଂ ସଂସ୍ଥା ବିଜ୍ଞାପନ ଆଳରେ ରାଜଧାନୀର କାନ୍ଥବାଡ଼ରେ ପୋଷ୍ଟର ମାରୁଛନ୍ତି ।

ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ୩ ଜଣଙ୍କ ଠାରୁ ୫୦ ହଜାର ଲେଖାଏଁ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । କେବଳ ଜରିମାନା ନୁହଁ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ଦେଇଛି ବିଏମସି ।

Tags: