ବିଜେଡିରୁ ରଘୁରମ ମାଛ ବହିଷ୍କୃତ
କୋରାପୁଟ : ରଘୁରମ ମାଛଙ୍କୁ ଦଳରୁ ବହିଷ୍କୃତ I ଦଳ ବିରୋଧୀ କାର୍ଯ୍ୟ ପାଇଁ କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରମ ମାଛଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାୟକ I ଶ୍ରୀ ମାଛ ଗତ କିଛି ମାସ ହେବ ଦଳୀୟ ବିଧାୟକ ଓ ନେତା ମାନଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ। ତେଣୁ ବିଜେଡି ସୁପ୍ରିମୋ ଆଜି ଏପରି ନିଷ୍ପତି ନେଇଥିବା ଜଣା ପଡ଼ିଛି। ଏନେଇ […]
କୋରାପୁଟ : ରଘୁରମ ମାଛଙ୍କୁ ଦଳରୁ ବହିଷ୍କୃତ I ଦଳ ବିରୋଧୀ କାର୍ଯ୍ୟ ପାଇଁ କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରମ ମାଛଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାୟକ I ଶ୍ରୀ ମାଛ ଗତ କିଛି ମାସ ହେବ ଦଳୀୟ ବିଧାୟକ ଓ ନେତା ମାନଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ। ତେଣୁ ବିଜେଡି ସୁପ୍ରିମୋ ଆଜି ଏପରି ନିଷ୍ପତି ନେଇଥିବା ଜଣା ପଡ଼ିଛି। ଏନେଇ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି i
ସୂଚନାନୁସାରେ,ଶ୍ରୀ ମାଛ ଶିକ୍ଷକତା ଚାକିରୀ ଛାଡି ୨୦୧୪ ରେ ବିଜେଡିରେ ଯୋଗ ଦେଇଥିଲେ I କିନ୍ତୁ ସେହି ବର୍ଷ ସେ କୋରାପୁଟ ବିଧାନସଭା ଆସନରୁ ଲଢ଼ି ପରାଜୟ ବରଣ କରିଥିଲେ I ୨୦୨୧ରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା I




