ବିଏସକେଓ୍ୱାଇ ରାସନ କାର୍ଡ଼ରେ ନାଁ ନଥିଲେ ମଧ୍ୟ ପିଲା ପାଇବେ ଚିକିତ୍ସା ସୁବିଧା
ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)କୁ ନେଇ ଆଉ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାସନ କାର୍ଡରେ ନାଁ ନ ଥିଲେ ବି ପିଲା ପାଇବେ ଚିକିତ୍ସା ସୁବିଧା I ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା ମିଳିପାରିବ। ରାସନ କାର୍ଡରେ ବାପା ଓ ମାଆଙ୍କ ନାମ ରହିଥିଲେ ତାଙ୍କ ଛୋଟ ପିଲାଙ୍କୁ ମାଗଣା ଚିକିତ୍ସା ମିଳିପାରିବ। ଯେଉଁମାନଙ୍କ ନାଁ […]
ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)କୁ ନେଇ ଆଉ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାସନ କାର୍ଡରେ ନାଁ ନ ଥିଲେ ବି ପିଲା ପାଇବେ ଚିକିତ୍ସା ସୁବିଧା I ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା ମିଳିପାରିବ। ରାସନ କାର୍ଡରେ ବାପା ଓ ମାଆଙ୍କ ନାମ ରହିଥିଲେ ତାଙ୍କ ଛୋଟ ପିଲାଙ୍କୁ ମାଗଣା ଚିକିତ୍ସା ମିଳିପାରିବ। ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ । ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ ଅଭିଭାବକ । ଏନେଇ ବିଏସକେଓ୍ବାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।
ଗତ କିଛି ଦିନ ହେଲା ଏଭଳି ସମସ୍ୟା ଦେଖାଦେଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା । ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ମିଳିପାରୁନଥିଲା । ଆଜି ଏହି ଦ୍ଵନ୍ଦକୁ ଦୂର କରିଛନ୍ତି ସ୍ୱାସ୍ଥ୍ୟ ସଚିବ I ଛୋଟ ପିଲାଙ୍କୁ ବିଏସ୍କେୱାଇ ଯୋଜନାରୁ ବଞ୍ଚିତ କରାଯିବ ନାହିଁ । କୌଣସି କାରଣରୁ ଯଦି ୫ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷା (ଏନ୍ଏଫ୍ଏସ୍ଏ) ଅବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍)ରେ ଅନ୍ତର୍ଭୁକ୍ତ ହୋଇ ନାହିଁ ତେବେ ସେମାନଙ୍କୁ ବିଏସ୍କେୱାଇରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳିପାରିବ ।
ସୂଚନାଯୋଗ୍ୟ ଯେ ସମ୍ପ୍ରତି ୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ବିଏସ୍କେୱାଇରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ବର୍ତ୍ତମାନ ୫ ରୁ ୧୮ ବର୍ଷର ପିଲାମାନେ ମଧ୍ୟ ସ୍ୱାସ୍ଥ୍ୟ ସେବା ପାଇପାରିବେ I




