ବାୟୁ ପ୍ରଦୂଷଣରେ ରାଜଧାନୀ ଦିଲ୍ଲୀଠୁ ବଳିଗଲା ବାଲେଶ୍ୱର

ବାଲେଶ୍ୱର : ରାଜ୍ୟରେ ସାଙ୍ଘାତିକ ହେଉଛି ବାୟୁ ପ୍ରଦୂଷଣ ମାତ୍ରା I ସର୍ବାଧିକ ପ୍ରଦୂଷିତ ରାଜ୍ୟ ତାଲିକାରେ ୩ ମନବରରେ ରହିଛି ଓଡିଶା I ଓଡ଼ିଶାର ଉପକୂଳ ସହର ବାଲେଶ୍ୱର ହେଉଛି ଦେଶର ତୃତୀୟ ଏବଂ ରାଜ୍ୟର ପ୍ରଥମ ସର୍ବାଧିକ ପ୍ରଦ୍ୟୁଷିତ ସହର । ରାଜଧାନୀ ଦିଲ୍ଲୀ ସମେତ ଅନେକ ବଡ ସହର ବାଲେଶ୍ୱର ତୁଳନାରେ କମ୍ ପ୍ରଦୂଷିତ । ପ୍ରଦୂଷଣର ଅତି ଖରାପ ଶ୍ରେଣୀରେ ରାଜ୍ୟରେ ବାଲେଶ୍ୱର, ବାରିପଦା, ଭୁବନେଶ୍ୱର, କଟକ ସହର ରହିଛି । […]

Samaya Live Picture
Published On

ବାଲେଶ୍ୱର : ରାଜ୍ୟରେ ସାଙ୍ଘାତିକ ହେଉଛି ବାୟୁ ପ୍ରଦୂଷଣ ମାତ୍ରା I ସର୍ବାଧିକ ପ୍ରଦୂଷିତ ରାଜ୍ୟ ତାଲିକାରେ ୩ ମନବରରେ ରହିଛି ଓଡିଶା I ଓଡ଼ିଶାର ଉପକୂଳ ସହର ବାଲେଶ୍ୱର ହେଉଛି ଦେଶର ତୃତୀୟ ଏବଂ ରାଜ୍ୟର ପ୍ରଥମ ସର୍ବାଧିକ ପ୍ରଦ୍ୟୁଷିତ ସହର । ରାଜଧାନୀ ଦିଲ୍ଲୀ ସମେତ ଅନେକ ବଡ ସହର ବାଲେଶ୍ୱର ତୁଳନାରେ କମ୍ ପ୍ରଦୂଷିତ । ପ୍ରଦୂଷଣର ଅତି ଖରାପ ଶ୍ରେଣୀରେ ରାଜ୍ୟରେ ବାଲେଶ୍ୱର, ବାରିପଦା, ଭୁବନେଶ୍ୱର, କଟକ ସହର ରହିଛି । ସେହିପରି ଗତ ସପ୍ତାହରେ ତାଳଚେର, ଅନୁଗୁଳ ସହରର ବାୟୁ ପ୍ରଦୂଷଣ ଦିଲ୍ଲୀ ସହରକୁ ଟପିଯାଇଥିଲା।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ସୂଚନା ରହିଛି ।କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ବା ସିବିସିବି ତଥ୍ୟ ଅନୁଯାୟୀ,କଟକରେ ୩୨୦, ବାରିପଦାରେ ୩୧୬,ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି । ଏପଟେ ଅନୁଗୁଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି । ଗତକାଲି ଅପରାହ୍ଣରେ ଦିଲ୍ଲୀର AQI ୩୩୩ ରହିଥିଲା । ଅନ୍ୟପଟେ ବାଲେଶ୍ୱର ସହରର ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଛି । ଅପରାହ୍ନ ୪ଟା ସୁଦ୍ଧା ଦିଲ୍ଲୀ ବାୟୁରେ ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୩୩ ରହିଛି । ଯେତେବେଳେ କି ବାଲେଶ୍ୱରର ଏକ୍ୟୁଆଇ ପିଏମ୍-୨.୫ ମାତ୍ରା ୩୩୪ରେ ପହଂଚିଛି । ଚିନ୍ତାର ବିଷୟ ହେଉଛି ଯେ ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଥିବା ଦେଶର ୧୭ଟି ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି । ବାଲେଶ୍ୱର ବ୍ୟତୀତ ବାରିପଦାରେ ଏକ୍ୟୁଆଇ ପିଏମ୍-୨.୫ ମାତ୍ରା ୩୧୬ରେ ପହଂଚିଥିବା ବେଳେ କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରେକର୍ଡ ହୋଇଛି । ବର୍ତ୍ତମାନ ରାଜ୍ୟରେ କୌଣସି ପର୍ବପର୍ବାଣି କିମ୍ବା ବାଣ ଫୁଟା ନ ଥିଲେ ମଧ୍ୟ ଭୁବନେଶ୍ୱର ଓ କଟକ ସ୍ଥିତି ଅତି ସାଂଘାତିକ ସ୍ତର ଆଡ଼କୁ ଯାଉଛି ।

Tags: