ବାହୁଡ଼ିଲେ ଜ୍ୟୋତି
ବାଲେଶ୍ୱର : ପୂର୍ବତନ ସିମୁଳିଆ ବିଧାୟକ ପୁଣି ଦଳକୁ ଫେରିଛନ୍ତି I ବିଜେଡିରୁ ଇସ୍ତଫା ଦେବାର କେଇ ଘଣ୍ଟା ପରେ ପୁଣି ଥରେ ଦଳକୁ ଫେରିଛନ୍ତି ସିମୁଳିଆ ବିଧାୟଲ ତଥା ପୂର୍ବତନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ I ଦଳକୁ ବାହୁଡ଼ିବା ପରେ ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାନୁସାରେ,ବୁଧୁବାର ଜ୍ୟୋତିପ୍ରକାଶ ବିଜେଡିରୁ ଇସ୍ତଫା ଦେବା ପରେ ଆଜି ନବୀନ ନିବାସରୁ […]
ବାଲେଶ୍ୱର : ପୂର୍ବତନ ସିମୁଳିଆ ବିଧାୟକ ପୁଣି ଦଳକୁ ଫେରିଛନ୍ତି I ବିଜେଡିରୁ ଇସ୍ତଫା ଦେବାର କେଇ ଘଣ୍ଟା ପରେ ପୁଣି ଥରେ ଦଳକୁ ଫେରିଛନ୍ତି ସିମୁଳିଆ ବିଧାୟଲ ତଥା ପୂର୍ବତନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ I ଦଳକୁ ବାହୁଡ଼ିବା ପରେ ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନାନୁସାରେ,ବୁଧୁବାର ଜ୍ୟୋତିପ୍ରକାଶ ବିଜେଡିରୁ ଇସ୍ତଫା ଦେବା ପରେ ଆଜି ନବୀନ ନିବାସରୁ ଡକରା ଆସିଥିଲା । ନବୀନ ନିବାସରେ ଦଳ ପକ୍ଷରୁ ତାଙ୍କୁ ବୁଝାଯିବା ପରେ ନୂଆ ଦାୟିତ୍ୱ ଦିଆଯାଇଛି । ନୂଆ ଦାୟିତ୍ୱ ପାଇବାକୁ ନେଇ ଜ୍ୟୋତି କହିଛନ୍ତି, ମନ କଷ୍ଟ ହୋଇଥିଲା । କିନ୍ତୁ ୫୦ ବର୍ଷ ସମ୍ପର୍କ ଛାଡି ଯିବା ବେଳକୁ ଆଖିରୁ ଲୁହ ଝରିପଡିଲା । ଦଳ ପ୍ରତି ପୂର୍ବରୁ ଆନୁଗତ୍ୟ ଥିଲା ଏବେ ମଧ୍ୟ ରହିଛି । ଦଳ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ସୁଚାରୁ ରୂପେ ସମ୍ପାଦନ କରିବି I ବାଲେଶ୍ୱରରେ ବିଜେଡି ଆହୁରି ମଜଭୁତ ହେବ Iଏହାସହ ତାଙ୍କୁ ବିଧାୟକ ଭାବେ ସିମୁଳିଆବାସୀଙ୍କର ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। କିନ୍ତୁ ଦଳ ଏଥର ତାଙ୍କୁ ଟିକେଟ ନ ଦେବା କାରଣରୁ ସେ ଅସନ୍ତୁଷ୍ଟ ଥିଲେ । ଏପରିକି ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖାଯାଉ ନଥିଲା I




