ବାରିପଦା ମେଡିକାଲ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ

ବାରିପଦା : ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ I ମେଡିକାଲର ତୃତୀୟ ମହଲାରେ ଥିବା ପ୍ରସୂତି ବିଭାଗ ଈସାଉରେ ନିଆଁ ଲାଗିଯାଇଥିବା ଜଣା ପଡିଛି I ସୂଚନାନୁସାରେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ) ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ୭ ମହାଲ ବିଶିଷ୍ଟ କୋଠର ୩ୟ ମହାଲରେ ଥିବା ଓଟିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଖବର ପାଇ […]

Samaya Live Picture
Published On

ବାରିପଦା : ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ I ମେଡିକାଲର ତୃତୀୟ ମହଲାରେ ଥିବା ପ୍ରସୂତି ବିଭାଗ ଈସାଉରେ ନିଆଁ ଲାଗିଯାଇଥିବା ଜଣା ପଡିଛି I

ସୂଚନାନୁସାରେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ) ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ୭ ମହାଲ ବିଶିଷ୍ଟ କୋଠର ୩ୟ ମହାଲରେ ଥିବା ଓଟିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ୩ ମହଲାରେ ଶିଶୁ ବିଭାଗ ଏବଂ ଓଟି ରହିଛି । ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି। ୱାର୍ଡରେଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତଭାବେ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ରାଜନେତାଙ୍କ ସମେତ ମୟୁରଭଞ୍ଜ ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉପସ୍ଥିତ ରହିଛନ୍ତି I

Tags: