ବାରହା ଫାଶରେ ପଡି ଯୁବକ ମୃତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ଗାଁରେ ଅଭାବନୀୟ ଘଟଣା । ବାରହା ଫାଶରେ ପଡି ଯୁବକଙ୍କ ମୃତ୍ୟୁ । ମୃତକ ହେଲେ କଙ୍କିଳି ଗାଁ ମୁଣ୍ଡାସାହିର ସନ୍ତୋଷ ପ୍ରଧାନ । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସନ୍ତୋଷ ଶ୍ବଶୁର ଘର ଗୁଣ୍ଡିଚାନାଳି ଗାଁକୁ ଯାଇଥିଲେ । ଆଜି ସକାଳୁ ନିଜ ଘରକୁ ଫେରିବାବେଳେ ବାଉଁଶପାଳ ନିକଟରେ ବାରହା ଶିକାର ପାଇଁ ବିଲରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ଗାଁରେ ଅଭାବନୀୟ ଘଟଣା । ବାରହା ଫାଶରେ ପଡି ଯୁବକଙ୍କ ମୃତ୍ୟୁ । ମୃତକ ହେଲେ କଙ୍କିଳି ଗାଁ ମୁଣ୍ଡାସାହିର ସନ୍ତୋଷ ପ୍ରଧାନ ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସନ୍ତୋଷ ଶ୍ବଶୁର ଘର ଗୁଣ୍ଡିଚାନାଳି ଗାଁକୁ ଯାଇଥିଲେ । ଆଜି ସକାଳୁ ନିଜ ଘରକୁ ଫେରିବାବେଳେ ବାଉଁଶପାଳ ନିକଟରେ ବାରହା ଶିକାର ପାଇଁ ବିଲରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଉଁଶପାଳ ଗ୍ରାମ ନିକଟରେ ଅବାଧ ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଯାଉଥିବା ବେଳେ ଅନେକ ସମୟରେ ବିଦ୍ୟୁତ ଆଘାତରେ ବନ୍ୟଜନ୍ତୁ ଓ ମଣିଷଙ୍କ ମୃତ୍ୟୁ ହେଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ।




