ବାଦାମପାହାଡ଼ରେ ୩ ଟି ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ବାରିପଦା : ୨୦ ତାରିଖ ଠାରୁ ୨ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଆଜି ୨ୟ ଦିନ ପୂର୍ବାହ୍ନରେ ରାଷ୍ଟ୍ରପତି ବାଦାମପାହାଡ-ଟାଟାନଗର ମେମୁ ଟ୍ରେନ୍‌‌ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼-ଟାଟାନଗର ମେମୁ,ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼–ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ,ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ […]

Samaya Live Picture
Published On

ବାରିପଦା : ୨୦ ତାରିଖ ଠାରୁ ୨ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଆଜି ୨ୟ ଦିନ ପୂର୍ବାହ୍ନରେ ରାଷ୍ଟ୍ରପତି ବାଦାମପାହାଡ-ଟାଟାନଗର ମେମୁ ଟ୍ରେନ୍‌‌ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼-ଟାଟାନଗର ମେମୁ,ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼–ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ,ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ,କେନ୍ଦ୍ର ଜଳସଂପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ବାଦାମପାହାଡ଼ ଷ୍ଟେସନରୁ ୩ଟି ନୂତନ ଟ୍ରେନର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହାପରେ ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦଘାଟନ କରାଯାଇଛି। ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିଛନ୍ତି। ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି।

ଏହାପରେ ଆଜି ରାଷ୍ଟ୍ରପତି ମୟୂରଭଞ୍ଜର ରାଇରଙ୍ଗପୁରର ଦାଣ୍ଡବୋଷ ହେଲିପ୍ୟାଡ୍‌ରୁ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୫୫ରେ ବାହାରି ଅପରାହ୍ଣ ୧ଟା ୧୦ରେ ବୁର୍ଲାସ୍ଥିତ ଏମ୍‌ସିଏଲ୍‌ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ଏମ୍‌ସିଏଲ୍‌ ଗେଷ୍ଟ ହାଉସ୍‌ରେ ମଧ୍ୟାହ୍ନ ଭୋଜନ ପରେ ସେଠାରୁ ସାଢ଼େ ୩ଟାରେ ଭିସୁଟ୍‌ ଅଭିମୁଖେ ଯିବେ। ଭିସୁଟ୍‌ ପରିସରରେ ପ୍ରଥମେ ମହାନ ସ୍ବାଧୀନତା ସେନାନୀ ବୀରସୁରେନ୍ଦ୍ର ସାଏ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଶିଷ୍ଟ ସାରସ୍ବତ ସାଧକ ଗଙ୍ଗାଧର ମେହରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ୫ଟା ୧୦ରେ ମା’ସମଲେଶ୍ବରୀଙ୍କ ଦର୍ଶନ ପାଇଁ ରାଷ୍ଟ୍ରପତି ବୁର୍ଲାରୁ ସମ୍ବଲପୁର ବାହାରିବେ। ମା’ ସମଲେଶ୍ବରୀଙ୍କ ଦର୍ଶନ ଓ ଆରତି ସାରି ୫ଟା ୫୫ରେ ଏମ୍‌ସିଏଲ ଗେଷ୍ଟ ହାଉସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ରାତ୍ରିଯାପନ କରିବେ।

Tags: