ବାତ୍ୟା ‘ମିଗଜମ’ ପାଇଁ ଟ୍ରେନ ବାତିଲ
ଭୁବନେଶ୍ୱର : ଆସୁଛି ବାତ୍ୟା ‘ମିଗଜମ’ I ମଙ୍ଗଳବାର ଦିନ ଏହା ଭୀଷଣ ରୂପ ନେବ Iବଙ୍ଗୋପସାଗରର ୨୩୦ କିଲୋମିଟର ଦୂରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍ । ଏହା ପ୍ରଭାବରେ ପୂର୍ବତଟ ରେଳପଥ ବାତ୍ୟା ସାଇକ୍ଲୋଥନ୍ ‘ମିଗଜମ’ ର ପ୍ରଭାବରେ ସାମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି I ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ବିପର୍ଯ୍ୟୟର ପରିଚାଳନା ପକ୍ଷରୁ ଟ୍ରେନ୍ ଟ୍ରାଫିକ୍ ଏବଂ ରେଲୱେ ଟ୍ରାକ ପ୍ରଭାବିତ ନହେବା ପାଇଁ ସୁରକ୍ଷିତ ଯୋଜନା […]
ଭୁବନେଶ୍ୱର : ଆସୁଛି ବାତ୍ୟା ‘ମିଗଜମ’ I ମଙ୍ଗଳବାର ଦିନ ଏହା ଭୀଷଣ ରୂପ ନେବ Iବଙ୍ଗୋପସାଗରର ୨୩୦ କିଲୋମିଟର ଦୂରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍ । ଏହା ପ୍ରଭାବରେ ପୂର୍ବତଟ ରେଳପଥ ବାତ୍ୟା ସାଇକ୍ଲୋଥନ୍ ‘ମିଗଜମ’ ର ପ୍ରଭାବରେ ସାମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି I ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ବିପର୍ଯ୍ୟୟର ପରିଚାଳନା ପକ୍ଷରୁ ଟ୍ରେନ୍ ଟ୍ରାଫିକ୍ ଏବଂ ରେଲୱେ ଟ୍ରାକ ପ୍ରଭାବିତ ନହେବା ପାଇଁ ସୁରକ୍ଷିତ ଯୋଜନା କରିଛି । ପୂର୍ବତଟ ରେଳପଥ ମୁଖ୍ୟାଳୟ ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ଠାରେ ୨୪ ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି ।
ସମ୍ବେଦନଶୀଳ ସ୍ଥାନଗୁଡିକର ନିରନ୍ତର ମନିଟରିଂ ଏବଂ ଟ୍ରାକ୍, ସିଗନାଲ୍ ସିଷ୍ଟମ୍ ଏବଂ ଓଭର ହେଡ଼ ବିଦ୍ୟୁତ ସରବରାହ ଇତ୍ୟାଦି ଶୀଘ୍ର ପୁନରୁଦ୍ଧାର ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଅଧିକାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଶୀଘ୍ର କାର୍ଯ୍ୟସମ୍ପାଦନ କରିବାକୁ କହିଛନ୍ତି । ସେହିପରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଯାତ୍ରୀ ମାନଙ୍କର ସହାୟତା ନିମନ୍ତେ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି : ଯାତ୍ରୀମାନେ କୌଣସି ଅସୁବିଧାରେ ପଡିଲେ ଏହି ହେଲ୍ପଲାଇନ ନମ୍ବର-୦୬୭୪-୨୩୦୧୬୨୬/୨୩୦୩୦୬୦ ରେ ଯୋଗାଯୋଗ କରିପାରିବେ I
ଭୁବନେଶ୍ୱର: ୦୬୭୪ – ୨୩୦୧୫୨୫, ୨୩୦୧୬୨୬, ୨୩୦୩୦୬୦,
ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜ୍ଞପ୍ତି ସହିତ ଆଉ କିଛି ଟ୍ରେନ୍ ବାତିଲ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି
୦୧. ୧୭୪୮୨ ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତିରୁ ୦୩.୧୨.୨୦୨୩ ରେ ।
୦୨. ୧୭୪୮୧ ବିଳାସପୁର-ତିରୁପତି ଏକ୍ସପ୍ରେସ ବିଳାସପୁରରୁ ୦୫.୧୨.୨୦୨୩ ରେ ।
୦୩. ୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସ ତିରୁପତିରୁ ୦୪.୧୨.୨୦୨୩ ରେ ।
୦୪. ୧୭୪୭୯ ପୁରୀ – ତିରୁପତି ଏକ୍ସପ୍ରେସ ପୁରୀରୁ ୦୬.୧୨.୨୦୨୩ ରେ ।
୦୫. ୧୨୫୦୯ ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ବେଙ୍ଗାଲୁରୁରୁ ୬ ଏବଂ ୭ ଡିସେମ୍ବର, ୨୦୨୩ ରେ ।
୦୬. ୧୮୧୯୦ ଏର୍ଣ୍ଣାକୁଲମ -ଟାଟା ଏକ୍ସପ୍ରେସ ଏର୍ଣ୍ଣାକୁଲମ ଠାରୁ ୦୬.୧୨.୨୦୨୩ ରେ




