ବାଙ୍କୀର ସର୍ବାଧିକ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଗତକାଲିଠାରୁ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଗତ୨୪ ଘଣ୍ଟାରେ କଟକ ବାଙ୍କୀ‌ରେ ସର୍ବାଧିକ ୩୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ପଟୁ ଯାଉଥିବା ସମସ୍ତ ବସ ଟ୍ରକ କାର ୨ଚକିଆ ଯାନବାହନ ଅଟକି ରହିଛି। ଏବେ ବି ରାସ୍ତା ଉପରେ ୪ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଖୋର୍ଦ୍ଧା […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଗତକାଲିଠାରୁ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଗତ୨୪ ଘଣ୍ଟାରେ କଟକ ବାଙ୍କୀ‌ରେ ସର୍ବାଧିକ ୩୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ପଟୁ ଯାଉଥିବା ସମସ୍ତ ବସ ଟ୍ରକ କାର ୨ଚକିଆ ଯାନବାହନ ଅଟକି ରହିଛି। ଏବେ ବି ରାସ୍ତା ଉପରେ ୪ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଖୋର୍ଦ୍ଧା ପଟୁ ବାଙ୍କୀକୁ ଯାଉଥିବା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାଙ୍କୀ, ସିମୋରୋ ରାସ୍ତାରେ ପାଣି ଚାଲିଛି। ଗାଁରେ ପାଣି ପଶିବା ସହ ଲୋକମାନଙ୍କ ଘର ଭିତରେ ବର୍ଷା ପାଣି ପଶିଛି। ଏହାସହ ପାଣିରେ ଭାସିଆସି ମାଛ ପଡ଼ିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ସେହିପରି ଭାପୁରରେ ୨୧୦ ମିମି , ବେଗୁନିଆରେ ୧୯୬, ବୀରମହାରାଜପୁରରେ ୧୪୭, ହିନ୍ଦୋଳରେ ୧୪୪ ମିମି ବର୍ଷା ରେକର୍ଡ ହୋଇଛି। ସେପଟେ ଆଜି ସକାଳ ୮ଟା ୩୦ ଯାଏଁ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦେଖି ୨୭ଟି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଥିଲା। ଆଜି ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଏବଂ ୧୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରିଛି ପାଣିପାଗ ବିଭାଗ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର,ନୟାଗଡ, କଟକ, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ ଏବଂ ଝାରସୁଗୁଡା ପାଇଁ ଅରେଞ୍ଜ ସତର୍କତା ଜାରି କରାଯାଇଛି। ସେପଟେ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ବାଲେଶ୍ଵର, ଭଦ୍ରକ କେନ୍ଦ୍ରପଡା ଆଦି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି।

ଅନ୍ୟପଟେ,ଲଗାଣ ବର୍ଷାରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଅବସ୍ଥା ବେହାଲ ହୋଇଛି । ରାଜରାସ୍ତାରେ ଆଣ୍ଠୁଏ ପାଣି ଲହଡି ଭାଙ୍ଗିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରିରେ ପ୍ରବାହିତ ହେଉଛି ଅଣ୍ଟେ ଉଚ୍ଚର ପାଣି । ଶହଶହ ଗାଡି ମଟର ରାସ୍ତାରେ ଅଟକି ରହିଥିବାର ଦେଖାଯାଇଥିଲା । ବାଦଲଫଟା ବର୍ଷା ଫଳରେ ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଥିଲା ।

Tags: