ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ,ଦମ୍ପତି ମୃତ
ବୌଦ୍ଧ : ମହାନଦୀ ଦେଖିବା ହେଲା କାଳ I ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ,ସ୍ତ୍ରୀ ମୃତ I ଦୁଇ ଶିଶୁଙ୍କ ସାମନାରେ ଚାଲିଗଲା ବାପା,ମା’ଙ୍କ ଜୀବନ I ମହାନଦୀ ପୋଲ ଉପରେ ଗାଡି ରଖି ପିଲାଙ୍କୁ ମହାନଦୀ ଦେଖାଉଥିବାବେଳେ ପଛପଟୁ ଗାଡିକୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ I ଘଟଣାସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ ବୌଦ୍ଧ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ସ୍ତ୍ରୀ I ମୃତକ ମାନେ ହେଲେ ସଦେଇପୁର ଗାଁର ମିଟୁ ବେହେରା ଏବଂ ପତ୍ନୀ ମନୋରମ ବେହେରା […]
ବୌଦ୍ଧ : ମହାନଦୀ ଦେଖିବା ହେଲା କାଳ I ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ,ସ୍ତ୍ରୀ ମୃତ I ଦୁଇ ଶିଶୁଙ୍କ ସାମନାରେ ଚାଲିଗଲା ବାପା,ମା’ଙ୍କ ଜୀବନ I ମହାନଦୀ ପୋଲ ଉପରେ ଗାଡି ରଖି ପିଲାଙ୍କୁ ମହାନଦୀ ଦେଖାଉଥିବାବେଳେ ପଛପଟୁ ଗାଡିକୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ I ଘଟଣାସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ ବୌଦ୍ଧ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ସ୍ତ୍ରୀ I ମୃତକ ମାନେ ହେଲେ ସଦେଇପୁର ଗାଁର ମିଟୁ ବେହେରା ଏବଂ ପତ୍ନୀ ମନୋରମ ବେହେରା I
ସୂଚନାନୁସାରେ,ବାଉଁଶୁଣୀ ପଞ୍ଚାୟତ ସଦେଇପୁର ଗାଁର ମିଟୁ ବେହେରା ପତ୍ନୀ ମନୋରମା ବେହେରା ଏବଂ ତାଙ୍କର ୨ ଛୋଟ ଝିଅଙ୍କୁ ନେଇ ଆଠମଲ୍ଲିକ ପଟୁ ନିଜ ଘରକୁ ଫେରୁଥିବାବେଳେ ମହାନଦୀ ପୋଲ ଉପରୁ ପିଲାଙ୍କୁ ନଦୀ ଦେଖାଉଥିଲେ I ତେବେ ମିଟୁ ବେହେରା ବାଇକ ଉପରେ ବସିଥିବାବେଳେ ଗାଡି ପାଖରେ ଛିଡା ହୋଇଥିଲେ ପତ୍ନୀ I ଏହି ସମୟରେ କିଆକଟା ପଟୁ ବୌଦ୍ଧ ଆଡକୁ ଆସୁଥିବା ଏକ ଦ୍ରୁତଗାମୀ ଆମ୍ବୁଲାନ୍ସ ମିଟୁ ବେହେରାଙ୍କ ବାଇକକୁ ଧକ୍କା ଦେଇ କିଛିବାଟ ଘୋଷାରି ନେଇ ଫେରାର ହୋଇଯାଇଥିଲା I ଫଳରେ ଘଟଣାସ୍ଥଳରେ ହିଁ ମିଟୁ ବେହେରାଙ୍କ ମୃତ୍ୟୁ ଘଟିଥିଲା I ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲକୁ ନେଇଥିଲେ I କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମନୋରମାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରୁ ୨ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି I ଦୁର୍ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଁଚି ତଦନ୍ତ ଜାରି ରଖିଛି I




