ବସ ଧର୍ମଘଟ ପ୍ରତ୍ୟାହୃତ
ଭୁବନେଶ୍ୱର : ଘରୋଇ ବସ ଧର୍ମଘଟ ପ୍ରତ୍ୟାହାର । ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ବୈଠକ ବସିଥିଲା। ଯେଉଁଥିରେ ଘରୋଇ ବସ୍ ମାଲିକ ସଂଘର ଦାବୀକୁ ନେଇ ଆଲୋଚନା ହୋଇଥିଲା । ଏଥିରେ ଲକ୍ଷ୍ମୀ ବସ୍ ଗୁଡ଼ିକ ବ୍ଲକରୁ ଜିଲ୍ଲାକୁ ଚଲାନଯିବା ଦାବିକୁ ସରକାର ମାନି ନେଇଥିଲେ। ପ୍ରାଥମିକ ଭାବରେ ଗଜପତି,ଭବାନୀପାଟଣା,ରାୟଗଡାରେ ଚାଲୁଥିବା ଲକ୍ଷ୍ମୀ ବସ୍ ଗୁଡ଼ିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି। ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ମଧ୍ୟ ଲକ୍ଷ୍ମୀ ବସ୍ ପଞ୍ଚାୟତରୁ ବ୍ଲକକୁ […]
ଭୁବନେଶ୍ୱର : ଘରୋଇ ବସ ଧର୍ମଘଟ ପ୍ରତ୍ୟାହାର । ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ବୈଠକ ବସିଥିଲା। ଯେଉଁଥିରେ ଘରୋଇ ବସ୍ ମାଲିକ ସଂଘର ଦାବୀକୁ ନେଇ ଆଲୋଚନା ହୋଇଥିଲା । ଏଥିରେ ଲକ୍ଷ୍ମୀ ବସ୍ ଗୁଡ଼ିକ ବ୍ଲକରୁ ଜିଲ୍ଲାକୁ ଚଲାନଯିବା ଦାବିକୁ ସରକାର ମାନି ନେଇଥିଲେ। ପ୍ରାଥମିକ ଭାବରେ ଗଜପତି,ଭବାନୀପାଟଣା,ରାୟଗଡାରେ ଚାଲୁଥିବା ଲକ୍ଷ୍ମୀ ବସ୍ ଗୁଡ଼ିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି। ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ମଧ୍ୟ ଲକ୍ଷ୍ମୀ ବସ୍ ପଞ୍ଚାୟତରୁ ବ୍ଲକକୁ ଚାଲିବା ନେଇ ନିଷ୍ପତ୍ତି ହୋଇଛି।
ଏହା ବାଦ୍ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କର କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁ କମିଟି ମୋ ବସର ରିଭ୍ୟୁ କରି ଆସନ୍ତା ୭ ଦିନ ମଧ୍ୟରେ ଏକ ବୈଠକ ବସି ମୋ ବସ୍ ଚଳାଚଳ ରୁଟ୍ କୁ ନେଇ ନିଷ୍ପତ୍ତି ନିଆଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ଘରୋଇ ବସ୍ ମାଲିକ ସଂଘ ।




