ବର୍ଷା ସାଙ୍ଗକୁ ପାଗ କୋହଲା,ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର : ସପ୍ତାହେ ଧରି ରାଜ୍ୟରେ ଲାଗି ରହିଛି ଅଦିନିଆ ବର୍ଷା I ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ପାଗ ରହିଛି କୋହଲା I ଉତ୍ତର-ପଶ୍ଚିମା ପବନ ମାଡ଼ରେ ଥରୁଛି ସାରା ରାଜ୍ୟ I କାଲୁଆ ପବନରେ ଜନଜୀବନ ଅସ୍ତବ୍ୟସ୍ତ I ଗତକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ। ଘୁର୍ଣ୍ଣିବଳୟ ସାଙ୍ଗକୁ ଗୁରୁଚାପ ବଳୟ […]

Samaya Live Picture
Published On

ଭୁବନେଶ୍ୱର : ସପ୍ତାହେ ଧରି ରାଜ୍ୟରେ ଲାଗି ରହିଛି ଅଦିନିଆ ବର୍ଷା I ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ପାଗ ରହିଛି କୋହଲା I ଉତ୍ତର-ପଶ୍ଚିମା ପବନ ମାଡ଼ରେ ଥରୁଛି ସାରା ରାଜ୍ୟ I କାଲୁଆ ପବନରେ ଜନଜୀବନ ଅସ୍ତବ୍ୟସ୍ତ I ଗତକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ।

ଘୁର୍ଣ୍ଣିବଳୟ ସାଙ୍ଗକୁ ଗୁରୁଚାପ ବଳୟ ପ୍ରଭାବରେ ବିଭିନ୍ନ ସ୍ଥାନରେ ଏଭଳି ବର୍ଷା ଲାଗିରହିଛି I ତେବେ ଆଜି ଠାରୁ ଗୁରୁ ଚାପର ପ୍ରଭାବ କମିବ ଓ ପାଗରେ ପରିବର୍ତନ ଆସିବ I କିନ୍ତୁ ଦିନର ତାପମାତ୍ରା ବଢ଼ୁଥିଲେ ମଧ୍ୟ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେଥିପାଇଁ ରାଜ୍ୟରେ ଥଣ୍ଡା ବଢିବ I ସେହିପରି ୨୬ ପରଠାରୁ କୁହୁଡି ମାତ୍ରା ଅଧିକ ରହିବ I

Tags: