ବର୍ଷା-ଅନୁଭବ ଘରୋଇ ହିଂସା ମାମଲା,କୋର୍ଟରେ ହଜାର ହେଲେନି ଅନୁଭବ

କଟକ : ବର୍ଷା-ଅନୁଭବ ଘରୋଇ ହିଂସା ମାମଲାରେ କୋର୍ଟରେ ହଜାର ହେଲେ ନାହିଁ ଅନୁଭବ ମହାନ୍ତି I ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟକୁ ସମୟ ମାଗିଛନ୍ତି I ଆସନ୍ତା ସୋମବାର ଅନୁଭବ ଓ ତାଙ୍କ ସହଯୋଗୀ କୋର୍ଟରେ ହାଜର ହେବେ ବୋଲି ସୂଚନା ରହିଛି। ବର୍ଷାଙ୍କ ଦ୍ୱାରା ଦାଏର ମାମଲାର ଉପରେ ଆଜି କୋର୍ଟ ଚାର୍ଜଫ୍ରେମ୍ କରିବାର ଥିଲା। ତେଣୁ ଆଜି ଚାର୍ଜ ଫ୍ରେମ ହୋଇ ନଥିବା ଜଣା ପଡିଛି I ସୂଚନାନୁସାରେ,ଅନୁଭବ […]

Samaya Live Picture
Published On

କଟକ : ବର୍ଷା-ଅନୁଭବ ଘରୋଇ ହିଂସା ମାମଲାରେ କୋର୍ଟରେ ହଜାର ହେଲେ ନାହିଁ ଅନୁଭବ ମହାନ୍ତି I ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟକୁ ସମୟ ମାଗିଛନ୍ତି I ଆସନ୍ତା ସୋମବାର ଅନୁଭବ ଓ ତାଙ୍କ ସହଯୋଗୀ କୋର୍ଟରେ ହାଜର ହେବେ ବୋଲି ସୂଚନା ରହିଛି। ବର୍ଷାଙ୍କ ଦ୍ୱାରା ଦାଏର ମାମଲାର ଉପରେ ଆଜି କୋର୍ଟ ଚାର୍ଜଫ୍ରେମ୍ କରିବାର ଥିଲା। ତେଣୁ ଆଜି ଚାର୍ଜ ଫ୍ରେମ ହୋଇ ନଥିବା ଜଣା ପଡିଛି I

ସୂଚନାନୁସାରେ,ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ୨୦୨୦ରେ କଟକ ପୁରୀଘାଟ ଥାନାରେ ଘରୋଇ ହିଂସା ମାମଲା ଅଭିଯୋଗ କରିଥିଲେ I ତେବେ ଏହି ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବ ମହାନ୍ତି କଟକ ଜେଏଫସି ଅଦାଲତ ତଥା ଏମପି/ଏମଏଲଏ ସ୍ୱତନ୍ତ୍ର ଅଦାଲତରେ ପିଟିସନ ଦାୟର କରିଥିଲେ I ହେଲେ ତାଙ୍କ ପିଟିସନ ବୁଧୁବାର ଖାରଜ ହୋଇଥିଲା I ଆଜି ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ଅନୁଭବ ମହାନ୍ତି ଏବଂ ତାଙ୍କର ଦୁଇ ସହଯୋଗୀ ସୁଜିତ ଦଳେଇ ଏବଂ ଖଗେନ୍ଦ୍ର ସାହୁଙ୍କ ବିରୋଧରେ ଚାର୍ଜ ଫ୍ରେମ ହୋଇଛି I ମାନସିକ ଶାରୀରିକ ନିର୍ଯାତନା ସହିତ ଧମକ ଚମକ ଦେବା ଅଭିଯୋଗ ହୋଇଥିଲା I

Tags: