ବର୍ବର କାଣ୍ଡ ୨ ଜଣଙ୍କୁ ହତ୍ୟାକଲେ ମାଓବାଦୀ

ମାଲକାନଗିରି : କିଛିଦିନର ନୀରବତା ପରେ ମାଲକାନଗିରିରେ ଦେଖାଦେଇଛି ପୁଣି ଲାଲ ଆତଙ୍କ I ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ନିରୀହ ଆଦିବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ୨ ଜଣ ହେଲେ କାୟର ଦୁଲେଡ ଗ୍ରାମର ସୋଡ଼ି ହୁଙ୍ଗା ଏବଂ ମଦବୀ ନନ୍ଦା । ଛତିଶଗଡ ସୁକୁମା ଜିଲ୍ଲା ଦୁଲେଡ ଗାଁରେ ମାଓବାଦୀ ଘଟାଇଛନ୍ତି ଏହି ହତ୍ୟାକାଣ୍ଡ । ମାଓବାଦୀ ପାମେଡ ଏରିଆ କମିଟି ହତ୍ୟାକାଣ୍ଡ କରିଥିବା ସୂଚନା ମିଳିଛି। ସେପଟେ ବରଗଡ଼ ପାଇକମାଳ […]

Samaya Live Picture
Published On

ମାଲକାନଗିରି : କିଛିଦିନର ନୀରବତା ପରେ ମାଲକାନଗିରିରେ ଦେଖାଦେଇଛି ପୁଣି ଲାଲ ଆତଙ୍କ I ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ନିରୀହ ଆଦିବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ୨ ଜଣ ହେଲେ କାୟର ଦୁଲେଡ ଗ୍ରାମର ସୋଡ଼ି ହୁଙ୍ଗା ଏବଂ ମଦବୀ ନନ୍ଦା । ଛତିଶଗଡ ସୁକୁମା ଜିଲ୍ଲା ଦୁଲେଡ ଗାଁରେ ମାଓବାଦୀ ଘଟାଇଛନ୍ତି ଏହି ହତ୍ୟାକାଣ୍ଡ । ମାଓବାଦୀ ପାମେଡ ଏରିଆ କମିଟି ହତ୍ୟାକାଣ୍ଡ କରିଥିବା ସୂଚନା ମିଳିଛି।

ସେପଟେ ବରଗଡ଼ ପାଇକମାଳ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି I ପାଇକମାଳ ଜଙ୍ଗଲ ଭିତରେ ମାଓ ଉପସ୍ଥିତି ନେଇ ପୋଲିସକୁ ସୂଚନା ମିଳିଥିଲା I ଜଙ୍ଗଲ ଭିତରେ ବରଗଡ଼ ମହାସମୁଡ଼ ଡିଭିଜନର ମାଓବାଦୀମାନେ ଅସ୍ଥାୟୀ ଶିବିର କରି ରହିଥିଲେ I ଏହି ସମୟରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଉଭୟ ପକ୍ଷରୁ ଗୁଳିବିନିମୟ ଘଟିଥିଲା I ତେବେ ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ହାସଲ ହୋଇନାହିଁ I

Tags: