ବରଯାତ୍ରୀ ଗାଡି ଓଲଟି ୩ ମୃତ,୧୫ ଆହତ

ରାଉରକେଲା : ପିକ ଅପ୍ ଭ୍ୟାନ ଓଲଟି ୩ ମୃତ, ୧୫ ବରଯାତ୍ରୀ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ଆମଝରଣ ନିକଟରେ ଏହି ଦୁର୍ଘଟଣା ଘଟିଛି I ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ଲାଠିକଟା ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି I ସୂଚନା ଅନୁଯାୟୀ, ଝାରଖଣ୍ଡ ଚାଇଁବସାରୁ ୨୦ ଜଣ ବରଯାତ୍ରୀଙ୍କୁ ନେଇ ଏକ ପିକଅପ ଭ୍ୟାନ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନାର ଅଟାଘାଟ ଅଞ୍ଚଳକୁ ବାହାଘର ପାଇଁ […]

Samaya Live Picture
Published On

ରାଉରକେଲା : ପିକ ଅପ୍ ଭ୍ୟାନ ଓଲଟି ୩ ମୃତ, ୧୫ ବରଯାତ୍ରୀ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ଆମଝରଣ ନିକଟରେ ଏହି ଦୁର୍ଘଟଣା ଘଟିଛି I ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ଲାଠିକଟା ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି I

ସୂଚନା ଅନୁଯାୟୀ, ଝାରଖଣ୍ଡ ଚାଇଁବସାରୁ ୨୦ ଜଣ ବରଯାତ୍ରୀଙ୍କୁ ନେଇ ଏକ ପିକଅପ ଭ୍ୟାନ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନାର ଅଟାଘାଟ ଅଞ୍ଚଳକୁ ବାହାଘର ପାଇଁ ଆସୁଥିଲେ। ତେବେ ଗାଡିଟି ଭାରସାମ୍ୟ ହରାଇ ଆମଝରଣ ମୁଣ୍ଡାଜୋର ନିକଟରେ ଓଲଟି ପଡ଼ିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୫ ଜଣ ଆହତ ହୋଇଛନ୍ତି I ଗୁରୁତର ବରଯାତ୍ରୀଙ୍କୁ ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Tags: