ବଢୁଛି ପିକନିକ ଦୁର୍ଘଟଣା,ବସ-ଟ୍ରକ ମୁହାଁମୁହିଁ- ୪୦ ଆହତ
ଢେଙ୍କାନାଳ : ପୁଣି ଦୁର୍ଘଟଣା ଗ୍ରସ୍ତ ହେଲା ପିକନିକ ବସ I ହାଇୱା ଓ ଟ୍ରକ ମଧ୍ୟରେ ପିକନିକ ବସ ଚାପି ହୋଇ ୪୦ ଆହତ I ଏହିଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ମହାବୀରୋଡରେ ରୋଡ୍ ଥାନା ଭେଜିଆ ଛକରେ I ଚଣ୍ଡିଖୋଲରୁ ନୈନା ନାମକ ଏକ ଘରୋଇ ବସ ପିକନିକ କରିବାକୁ ସମ୍ବଲପୁର ଯାଇଥିଲେ I ସେଠାରୁ ପିକନିକ ସାରି ଫେରୁଥିବାବେଳେ କାମାକ୍ଷାନଗର-ମହାବୀରୋଡରେ ରୋଡ୍ ଥାନା ଭେଜିଆ ଛକରେ ତାଳଚେର ଆଡୁ […]
ଢେଙ୍କାନାଳ : ପୁଣି ଦୁର୍ଘଟଣା ଗ୍ରସ୍ତ ହେଲା ପିକନିକ ବସ I ହାଇୱା ଓ ଟ୍ରକ ମଧ୍ୟରେ ପିକନିକ ବସ ଚାପି ହୋଇ ୪୦ ଆହତ I ଏହିଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ମହାବୀରୋଡରେ ରୋଡ୍ ଥାନା ଭେଜିଆ ଛକରେ I ଚଣ୍ଡିଖୋଲରୁ ନୈନା ନାମକ ଏକ ଘରୋଇ ବସ ପିକନିକ କରିବାକୁ ସମ୍ବଲପୁର ଯାଇଥିଲେ I ସେଠାରୁ ପିକନିକ ସାରି ଫେରୁଥିବାବେଳେ କାମାକ୍ଷାନଗର-ମହାବୀରୋଡରେ ରୋଡ୍ ଥାନା ଭେଜିଆ ଛକରେ ତାଳଚେର ଆଡୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ବସଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା I ଏହାପରେ ବସଟି ଭାରସାମ୍ୟ ହରାଇ ଆଉ ଏକ ହାଇୱା ସହିତ ଧକ୍କା ହୋଇଥିଲା ଫଳରେ ଏଥିରେ ଥିବା ଡ୍ରାଇଭରଙ୍କ ସମେତ ୫ ଜଣ ଗୁରୁତର ହୋଇଥିବାବେଳେ ୪୦ ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି I ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତି କରାଯାଇଛି I




