ବଢ଼ିଲା ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ଆବେଦନ ଅବଧି

ଭୁବନେଶ୍ୱର : ବୃଦ୍ଧି ହେଲା କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଆବେଦନ ଅବଧି । ପୂର୍ବ ତାରିଖ ଅଗଷ୍ଟ ୭ ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ଗୋପବନ୍ଧୁ କର୍ମଜୀବି ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା ୨୦୨୩- ୨୪ ପାଇଁ ହିତାଧିକାରୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନାରେ ସଂଯୋଗୀକରଣ ପାଇଁ ଇଛୁକ ସାମ୍ବାଦିକ କୌଣସି ସ୍ୱୀକୃତିପ୍ରାପ୍ତ ମୁଦ୍ରିତ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଆବଶ୍ୟକ ବୋଲି ରାଜ୍ୟ ସୂଚନା ଓ […]

Samaya Live Picture
Published On

ଭୁବନେଶ୍ୱର : ବୃଦ୍ଧି ହେଲା କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଆବେଦନ ଅବଧି । ପୂର୍ବ ତାରିଖ ଅଗଷ୍ଟ ୭ ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ରଖାଯାଇଛି।

ଗୋପବନ୍ଧୁ କର୍ମଜୀବି ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା ୨୦୨୩- ୨୪ ପାଇଁ ହିତାଧିକାରୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନାରେ ସଂଯୋଗୀକରଣ ପାଇଁ ଇଛୁକ ସାମ୍ବାଦିକ କୌଣସି ସ୍ୱୀକୃତିପ୍ରାପ୍ତ ମୁଦ୍ରିତ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଆବଶ୍ୟକ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି ହୋଇଥିଲା । http://owjws.odisha.gov.in ରେ ନିଜ ନାମକୁ ପଞ୍ଜିକରଣ କରିବା ସହ ଅନଲାଇନରେ ସ୍ୱାସ୍ଥ୍ୟବୀମା ନିମନ୍ତେ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା । ବର୍ତ୍ତମାନ ଧାର୍ଯ୍ୟ ତାରିଖରେ ବୃଦ୍ଧା କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ରଖାଯାଇଛି।

ପ୍ରଥମ କରି ଚଳିତ ବର୍ଷ ଅନଲାଇନ ପୋର୍ଟାଲ ମାଧ୍ୟମରେ ଏହି ପଞ୍ଜିକରଣ ହେଉଥିବାରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଥିଲା। ବହୁ ସାମ୍ବାଦିକ ସରକାରଙ୍କ ଏହି ଯୋଜନାରୁ ବାଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ୫ଟି ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି । ଏହାଦ୍ବାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକ ଅନଲାଇନ କଲ୍ୟାଣ ଯୋଜନାର ସୁବିଧା ନେଇପାରିବେ।

ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରର ଉନ୍ନତ ଚିକିତ୍ସା ପାଇଁ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

Tags: