ବଜାର ମଝିରେ ଆତଙ୍କ ଖେଳାଇଲେ ଅଵସରପ୍ରାପ୍ତ ଯବାନ
କଟକ : କଟକ ଜିଲ୍ଲା ବାଙ୍କୀ ବଜାରରେ ଅଵସରପ୍ରାପ୍ତ ଯବାନଙ୍କ ଉନ୍ମତକାଣ୍ଡ । ବିଚ ବଜାରରେ ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଖେଳାଇଲେ ଆତଙ୍କ। ଯବାନଙ୍କ ନାଁ ସରୋଜ ଦାସ ଓ ଘର ହରିରାଜପୁର ଗାଁରେ ବୋଲି ଜଣାପଡିଛି । ଖବର ପାଇ ବାଙ୍କୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ଉକ୍ତ ଅବସରପ୍ରାପ୍ତ ସେନାକର୍ମଚାରୀ ଜଣଙ୍କ ପୁଲିସ ଉପରକୁ ଆକ୍ରମଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ତେବେ ଆକ୍ରମଣ ସମୟରେ ସେ ହାତରେ […]
କଟକ : କଟକ ଜିଲ୍ଲା ବାଙ୍କୀ ବଜାରରେ ଅଵସରପ୍ରାପ୍ତ ଯବାନଙ୍କ ଉନ୍ମତକାଣ୍ଡ । ବିଚ ବଜାରରେ ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଖେଳାଇଲେ ଆତଙ୍କ। ଯବାନଙ୍କ ନାଁ ସରୋଜ ଦାସ ଓ ଘର ହରିରାଜପୁର ଗାଁରେ ବୋଲି ଜଣାପଡିଛି । ଖବର ପାଇ ବାଙ୍କୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ଉକ୍ତ ଅବସରପ୍ରାପ୍ତ ସେନାକର୍ମଚାରୀ ଜଣଙ୍କ ପୁଲିସ ଉପରକୁ ଆକ୍ରମଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ତେବେ ଆକ୍ରମଣ ସମୟରେ ସେ ହାତରେ ଏକ ଅଭିଯୋଗ ପତ୍ର ମଧ୍ୟ ଧରିଥିବାର ଦେଖାଯାଇଥିଲା I
ସେପଟେ ପୁଲିସ ଓ ସମ୍ପୃକ୍ତ ସେନା କର୍ମଚାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ପ୍ରାୟ ୨ ଘଣ୍ଟା ହେବ ନାକେଦମ୍ କଲେଣି ସରୋଜ। ପୂର୍ବରୁ କଲେଜ ପାଖ ଏସବିଆଇ ଏଟିଏମ୍ କାଉଣ୍ଟର ଭଙ୍ଗାରୁଜା କରିଥିଲେ । ଏଭଳି କାଣ୍ଡ ଭିଆଇବାରେ କଣ ତାଙ୍କର ଉଦେଶ୍ୟ ଜଣା ପଡ଼ିନାହିଁ। ସେପଟେ ଏପର୍ଯ୍ୟନ୍ତ ପୁଲିସ ଉକ୍ତ ସେନା କର୍ମଚାରୀଙ୍କୁ କାବୁ କରିପାରି ନାହିଁ।




