ଫେବୃଆରୀରେ ଲୋକାର୍ପିତ ହେବ ଅତ୍ୟାଧୁନିକ ବରମୁଣ୍ଡା ବସ ଟର୍ମିନାଲ
ଭୁବନେଶ୍ୱର : ଫେବୃଆରୀରେ ଲୋକାର୍ପିତ ହେବ ଅତ୍ୟାଧୁନିକ ବରମୁଣ୍ଡା ବସ ଟର୍ମିନାଲ I ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସ ଟର୍ମିନାଲ ହେଲେ ଯାତ୍ରୀଙ୍କ ପାଇଁ ସୁବିଧା ହେବ ବୋଲି କୁହାଯାଉଛି। ବରମୁଣ୍ଡା ପୁରୁଣା ବସ ଷ୍ଟାଣ୍ଡକୁ ଭଙ୍ଗାଯାଇ ଏହି ନୂଆ ବସ ଷ୍ଟାଣ୍ଡ ନିର୍ମାଣ କରାଯାଇଛି I ମଙ୍ଗଳବାର ସକାଳୁ ସକାଳୁ ଓଡ଼ିଶାର ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଟର୍ମିନାଲ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି । […]
ଭୁବନେଶ୍ୱର : ଫେବୃଆରୀରେ ଲୋକାର୍ପିତ ହେବ ଅତ୍ୟାଧୁନିକ ବରମୁଣ୍ଡା ବସ ଟର୍ମିନାଲ I ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସ ଟର୍ମିନାଲ ହେଲେ ଯାତ୍ରୀଙ୍କ ପାଇଁ ସୁବିଧା ହେବ ବୋଲି କୁହାଯାଉଛି। ବରମୁଣ୍ଡା ପୁରୁଣା ବସ ଷ୍ଟାଣ୍ଡକୁ ଭଙ୍ଗାଯାଇ ଏହି ନୂଆ ବସ ଷ୍ଟାଣ୍ଡ ନିର୍ମାଣ କରାଯାଇଛି I ମଙ୍ଗଳବାର ସକାଳୁ ସକାଳୁ ଓଡ଼ିଶାର ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଟର୍ମିନାଲ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି । ସ୍ଥିତି ସମୀକ୍ଷା ପରେ ଭୁବନେଶ୍ୱର ତଥା ରାଜ୍ୟବାସୀଙ୍କୁ ସେ ଏକ ବଡ଼ ଖୁସି ଖବର ଦେଇଛନ୍ତି । ସେଠାରେ ଯାତ୍ରୀଙ୍କୁ ନୂଆ ବସ୍ ଟର୍ମିନାଲରେ ପ୍ରିପେଡ୍ ଅଟୋ ଓ ଟ୍ୟାକ୍ସି ସୁବିଧା ମିଳିବ । ଏହା ସହ ବିମାନବନ୍ଦର ପରି ସୁବିଧା ପାଇବେ ଯାତ୍ରୀ । ବିମାନ ବନ୍ଦର ପରି ବସ୍ ଟର୍ମିନାଲରେ ପାର୍କିଂ ସୁବିଧା ସହିତ ଫୁଡ୍କୋର୍ଟ, ରେଷ୍ଟୁରାଣ୍ଟ ମଧ୍ୟ ରହିବ । ଆହାର କେନ୍ଦ୍ର ସହିତ କାର ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଦିବ୍ୟାଙ୍ଗଙ୍କ ପାଇଁ ର୍ୟାମ୍ପ ସୁବିଧା ସହ ମା’ ଓ ଶିଶୁଙ୍କୁ ପାଇଁ ସ୍ୱତନ୍ତ୍ର ରୁମ୍ ମଧ୍ୟ ନିର୍ମାଣ ହେଉଛି । ଫେବୃଆରୀ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।




