ଫିରିଙ୍ଗିଆ ଥାନା ପୋଡି ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ l ଅଭିଯୁକ୍ତଙ୍କ ନାମ ବିଶ୍ୱଜିତ କହଁର l ତାଙ୍କୁ ଫୁଲବାଣୀ ସହରରୁ ଗିରଫ କରାଯାଇଛି l ଏହି ଘଟଣାରେ ବିଶ୍ୱଜିତଙ୍କୁ ମିଶାଇ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ଡିଏସପି କମଳାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି l ସୂଚନାନୁଯାଇ ଗତ ୫ ତାରିଖରେ ଗଞ୍ଜେଇ ଚାଲାଣରେ ପୋଲିସ ସମ୍ପୃକ୍ତ ଥିବା ନେଇ ଗାଁ ଲୋକ ରାସ୍ତା ଅବରୋଧ କରିଥିଲେ l […]

Samaya Live Picture
Published On

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ l ଅଭିଯୁକ୍ତଙ୍କ ନାମ ବିଶ୍ୱଜିତ କହଁର l ତାଙ୍କୁ ଫୁଲବାଣୀ ସହରରୁ ଗିରଫ କରାଯାଇଛି l ଏହି ଘଟଣାରେ ବିଶ୍ୱଜିତଙ୍କୁ ମିଶାଇ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ଡିଏସପି କମଳାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି l

ସୂଚନାନୁଯାଇ ଗତ ୫ ତାରିଖରେ ଗଞ୍ଜେଇ ଚାଲାଣରେ ପୋଲିସ ସମ୍ପୃକ୍ତ ଥିବା ନେଇ ଗାଁ ଲୋକ ରାସ୍ତା ଅବରୋଧ କରିଥିଲେ l ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ପରେ ଫୁଲବାଣୀ ଏସଡିପିଅ ସେମାନଙ୍କୁ ବୁଝାସୁଝା କରିଥିଲେ l କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୋଲିସ ସହ ଠେଲାପେଲା କରିଥିଲେ ଏବଂ ଆକ୍ରମଣ କରିଥିଲେ । ଏପରିକି ଥାନାରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ । ପୂର୍ବରୁ ଏହି ଘଟଣାରେ ଫିରିଙ୍ଗିଆ ଥାନାର ଆଇଆଇସି ସହିତ ୨ ଜଣ କର୍ମଚାରୀ ସମ୍ପୃକ୍ତ ଥିବା ନେଇ ଜନ ଅସନ୍ତୋଷ ବଢ଼ୁଥିଲା I ଏହି ଘଟଣାରେ ପୋଲିସ ଡିଜି ସୁନୀଲ ବଂଶଲ ଆଇଆଇସି ତପନ ନାହାକଙ୍କୁ ନିଲମ୍ବିତ କରିଛନ୍ତି I

Tags: