ପ୍ରବଚନ ଦେଉଥିବାବେଳେ ଟଳି ପଡିଲେ ପ୍ରବଚକ

ଭଦ୍ରକ : ମୃତ୍ୟୁ ଚିରନ୍ତନ ସତ୍ୟ । ମାତ୍ର ଏହା କେତେବେଳେ ,କେମିତି ଆସିବ ତାହା ସମସ୍ତଙ୍କୁ ଅଗୋଚର । କୁହାଯାଏ ତୁଣ୍ଡରେ ପ୍ରଭୁ ନାମ ଧରି ମୃତ୍ୟୁ ବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ମାତ୍ର ଏହା କ୍ଵଚିତ ଦେଖାଯାଏ । କିନ୍ତୁ ଗତକାଲି ଠିକ ସେହିଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ରାମ କଥା ପ୍ରବଚନ ଚାଲି ଥିବାବେଳେ ଟଳି ପଡିଲେ ପ୍ରବଚକ । ଭଦ୍ରକ ଜିଲ୍ଲା ସାହାଡ଼ା ଠାରେ […]

ପ୍ରବଚନ ଦେଉଥିବାବେଳେ ଟଳି ପଡିଲେ ପ୍ରବଚକ
Samaya Live Picture
Published On

ଭଦ୍ରକ : ମୃତ୍ୟୁ ଚିରନ୍ତନ ସତ୍ୟ । ମାତ୍ର ଏହା କେତେବେଳେ ,କେମିତି ଆସିବ ତାହା ସମସ୍ତଙ୍କୁ ଅଗୋଚର । କୁହାଯାଏ ତୁଣ୍ଡରେ ପ୍ରଭୁ ନାମ ଧରି ମୃତ୍ୟୁ ବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ମାତ୍ର ଏହା କ୍ଵଚିତ ଦେଖାଯାଏ । କିନ୍ତୁ ଗତକାଲି ଠିକ ସେହିଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ରାମ କଥା ପ୍ରବଚନ ଚାଲି ଥିବାବେଳେ ଟଳି ପଡିଲେ ପ୍ରବଚକ । ଭଦ୍ରକ ଜିଲ୍ଲା ସାହାଡ଼ା ଠାରେ ରାମଚରିତ ମାନସ ପ୍ରବଚନ ଦେଉଥିବାବେଳେ ପ୍ରବଚକ ତଥା ଅଧ୍ୟାପକ ଗୋପାଳ ପ୍ରସାଦ ବେଜ ହଠାତ ଅସୁସ୍ଥ ହୋଇପଡିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଜିଲ୍ଲା ମେଡିକାଲକୁ ନେଇଥିଲେ ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଦୁଃଖର ଛାୟା ଖେଳି ଯାଇଛି ।

ଖବର ଅନୁଯାୟୀ, ଭଦ୍ରକ ବ୍ଲକ ସାହାଡ଼ା ପଞ୍ଚାୟତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ତିନି ଦିନ ଧରି ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ପ୍ରବଚକ ଭାବରେ ଯୋଗଦେଇଥିଲେ ହନୁମାନ ମନ୍ଦିର ପାଖରେ ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରର ବିଶିଷ୍ଟ ପ୍ରବଚକ ତଥା ଅଧ୍ୟାପକ ଗୋପାଳ ପ୍ରସାଦ ବେଜ । କାର୍ଯ୍ୟକ୍ରମର ୨ୟ ଦିବସରେ ପ୍ରବଚନ ଦେଉଥିବା ବେଳେ ହଠାତ୍‌ ସେ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କର ସହଯୋଗମାନେ ଘଟଣାସ୍ଥଳରୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଗୋପାଳ ପ୍ରସାଦଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

Tags: