ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ I ଭୁବନେଶ୍ୱର ଜନତା ମୈଦାନରେ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହି ଅବସରରେ ଉପସ୍ଥିତ ଜନତା ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ I ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ବିକାଶ ପାଇଁ ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି I ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି […]
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ I ଭୁବନେଶ୍ୱର ଜନତା ମୈଦାନରେ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହି ଅବସରରେ ଉପସ୍ଥିତ ଜନତା ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ I ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ବିକାଶ ପାଇଁ ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି I ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଓଡିଆ, ଓଡିଆ ଆମ ଭାଷା, ଆମ ପରିଚୟ । ଭାଷା ଗୋଟିଏ ଜାତିର ଏକତାର ମହାନ ମନ୍ତ୍ର । ଆଜି ଆମ ଜାତି ପାଇଁ, ଆମ ଭାଷା ପାଇଁ ଗୌରବର ଦିନ ଆରମ୍ଭ ହେଇଛି ।
ଭାଷା ହିଁ ଭବିଷ୍ୟତ I ଏହି ମହତ ଉଦ୍ୟେଶରେ ଆୟୋଜିତ ହୋଇଛି “ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ” I ଏହାକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ କହିଥିଲେ କବି ସାରଳା ଦାସଙ୍କୁ ପ୍ରଣାମ ଜଣାଉଛି । ଓଡିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ ଓ କବିମାନଙ୍କୁ ମୋର ସମ୍ମାନ ଜଣାଉଛି । ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଏକାଠି ହେଇଛେ । ସାରା ଓଡିଶା ଆଜି ଭାଷା ପାଇଁ ଏକାଠି ହେଇଛି । ଦେଶ ବିଦେଶରେ ଥିବା ଓଡିଆମାନେ ଅନଲାଇନ ଜରିଆରେ ଯୋଗ ଦେଇଛନ୍ତି । ବିଶିଷ୍ଟ ଲେଖକ, ଗବେଷକମାନେ ଆମ ସହିତ ଅଛନ୍ତି”,ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଶିଷ୍ଟ ଭାଷାବିତ ଡ଼କ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ମାନିତ କରିଥିଲେ I ମାନପତ୍ର ସହିତ ତାଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି I




