ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ଦାଖଲ ହେବ ପ୍ରାର୍ଥୀପତ୍ର
ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି I ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଦାଖଲ ହେବ I ପ୍ରାର୍ଥୀମାନେ ଏପ୍ରିଲ ୨୫ ସୁଦ୍ଧା ଦାଖଲ କରିବେ ନାମାଙ୍କନ ପ୍ରକ୍ରିୟା I ଏପ୍ରିଲ ୨୬ ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୯ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି I ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କଲେ ନିର୍ବାଚନ କମିଶନ । ନାମାଙ୍କନ ବେଳେ […]
ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି I ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଦାଖଲ ହେବ I ପ୍ରାର୍ଥୀମାନେ ଏପ୍ରିଲ ୨୫ ସୁଦ୍ଧା ଦାଖଲ କରିବେ ନାମାଙ୍କନ ପ୍ରକ୍ରିୟା I ଏପ୍ରିଲ ୨୬ ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୯ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି I ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କଲେ ନିର୍ବାଚନ କମିଶନ । ନାମାଙ୍କନ ବେଳେ ପ୍ରାର୍ଥିମାନଙ୍କୁ ବଡ଼ ରାଲି ନଆସିବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କଳାହାଣ୍ଡି. ବ୍ରହ୍ଣପୁର, କୋରାପୁଟ ଓ ନବରଙ୍ଗପୁର ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଓଡ଼ିଶାରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ତେବେ କେଉଁଠି କେଉଁ ସମୟରେ ଭେଟ ଗ୍ରହଣହେବ ସେନେଇ ମଧ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଥିବା ନୂଆପଡ଼ା, ଖଡ଼ିଆଳ, ଲାଂଜିଗଡ଼ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏଁ ଭୋଟ ଗ୍ରହଣ ହେବ ।
ଓଡ଼ିଶା ସମେତ ୧୦ଟି ରାଜ୍ୟ ପାଇଁ ପ୍ରକାଶ ପାଇଛି । ୧୦ଟି ରାଜ୍ୟର ୯୬ଟି ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ହେବ ଭୋଟ ଗ୍ରହଣ ।




