ପ୍ରକାଶ ପାଇଲା OCS-୨୦୨୨ରେଜଲ୍ଟ ,୮୨୨୦ ପ୍ରାର୍ଥୀ କୃତକାର୍ଯ୍ୟ

କଟକ : ଶୁକ୍ରବାର ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (ଓଏସିଏସ)- ୨୦୨୨ ପରୀକ୍ଷା ରେଜଲ୍ଟ । ପରୀକ୍ଷାରେ ମୋଟ ୮୨୨୦ ଜଣ ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୭୩୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀ ଓସିଏସ-୨୦୨୨ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଘୋଷଣା କରାଯାଇଛି । ୨୦୨୩ ଅକ୍ଟୋବର […]

Samaya Live Picture
Published On

କଟକ : ଶୁକ୍ରବାର ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (ଓଏସିଏସ)- ୨୦୨୨ ପରୀକ୍ଷା ରେଜଲ୍ଟ । ପରୀକ୍ଷାରେ ମୋଟ ୮୨୨୦ ଜଣ ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୭୩୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀ ଓସିଏସ-୨୦୨୨ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଘୋଷଣା କରାଯାଇଛି ।

୨୦୨୩ ଅକ୍ଟୋବର ୧୫ରେ ଓସିଏ ପକ୍ଷରୁ ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୦ହଜାରରୁ ଊର୍ଦ୍ଧ୍ବ ଆବେଦନକାରୀ ପରୀକ୍ଷା ଦେଇଥିଲେ। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ଅନୁଷ୍ଠିତ ହେବ। ପରୀକ୍ଷା ସଂକ୍ରାନ୍ତରେ ଓପିଏସସି ୱେବସାଇଟରେ ସବିଶେଷ ତଥ୍ୟ ରହିଥିବା ଆୟୋଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଗତ ଅଗଷ୍ଟ ମାସ ୨୯ ତାରିଖରେ ଓସିଏସ-୨୦୨୨ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା । ଗତ ବର୍ଷ ଡିସେମ୍ବର ମାସରେ ଓସିଏସ ପରୀକ୍ଷା-୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ଏ ଓ ଗ୍ରୁ-ବି ପାଇଁ ମୋଟ ୬୮୩ଟି ପଦ ପାଇଁ ଓପିଏସସି ପକ୍ଷରୁ ନୋଟିଫିକେସନ ଜାରି କରାଯାଇଥିଲା । ଏନେଇ ଚଳିତ ବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିଥିଲା । ଓଡ଼ିଶା ସିଭିଲ ସର୍ଭିସେସ (ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମ, ୧୯୯୧, ସଂଶୋଧିତ ନିୟମ ୨୦୨୨ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବା ନେଇ କୁହାଯାଇଥିଲା ।

Tags: