ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ,ବାଜିମାରି ନେଲେ ଛାତ୍ରୀ

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍‌ ପରୀକ୍ଷାଫଳ। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଚଳିତ ଥର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୭୫ ପ୍ରତିଶତ ରହିଥିବାବେଳେ ଛାତ୍ରୀମାନଙ୍କର ୯୭.୦୫ ପାସ୍ ହାର ରହିଛି I ସେମାନଙ୍କ ମଧ୍ୟରୁ ୨୫୧୨୯୮ […]

Samaya Live Picture
Published On

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍‌ ପରୀକ୍ଷାଫଳ। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଚଳିତ ଥର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୭୫ ପ୍ରତିଶତ ରହିଥିବାବେଳେ ଛାତ୍ରୀମାନଙ୍କର ୯୭.୦୫ ପାସ୍ ହାର ରହିଛି I ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ଜଣ ଛାତ୍ରୀ ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୨୨୫୪ ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଥିବା ବେଳେ ୧୯୦୫ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଛନ୍ତି।

ଏଥର ଏ-୧ ଗ୍ରେଡରେ ପାସ୍ କରିଛନ୍ତି ୪୧୫୮ ଜଣ ଛାତ୍ରଛାତ୍ରୀ । ସେହିପରି ଏ-୨ ଗ୍ରେଡରେ ୩୫, ୮୩୮ ଜଣ ଛାତ୍ରଛାତ୍ରୀ, ବି-୧ ଗ୍ରେଡରେ ୭୭,୫୬୭ ଏବଂ ବି-୨ ଗ୍ରେଡରେ ୧, ୧୮, ୭୫୧ ଜଣ ପାସ୍ କରିଛନ୍ତି । ଏଥର ରାଜ୍ୟରେ କଟକ ଓ ଜଗତସିଂହପୁର ଜିଲ୍ଲା ପାସ ପ୍ରତିଶତରେ ଆଗରେ ରହିଛନ୍ତି। ସେହିପରି ମାଲକାନଗିରିରେ ସର୍ବନିମ୍ନ ୯୨.୬୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ତେଣେ ରାଜ୍ୟର ୩୨୨୨ ବିଦ୍ୟାଳୟରେ ପାସ୍ ହାର ଶତ ପ୍ରତିଶତ ରହିଛି।

ଆଜି ସକାଳ ୭ ଟା ୩୦ରେ ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ପରୀକ୍ଷା ଫଳକୁ ଅନୁମୋଦନ କରାଯିବା ପରେ ପୂର୍ବାହ୍ନ ୧୦ଟାରେ ରେଜଲ୍ଟ ପ୍ରକାଶ କରାଯାଇଛି। ଦିନ ୧୨ ଟା ଠାରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ । ବୋର୍ଡର ଦୁଇଟି ୱେବସାଇଟ୍ (www.bseodisha.ac.in) ଏବଂ (bseodisha.nic.in)ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଇଣ୍ଟନନେଟ ସୁବିଧା ନଥିବ, ସମ୍ପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ନିଜର ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ । ଏଥିନିମନ୍ତେ ମୋବାଇଲରୁ ଓଆର୧୦ ସହ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମସ କଲେ ଫଳାଫଳ ଜାଣିହେବ । ପରୀକ୍ଷା ଫଳ ବାହାରିବା ପରେ କିଛି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମ ନମ୍ବର ୦୬୭୧୨୪୧୫୪୬୦ ସହ ଛାତ୍ରଛାତ୍ରୀମାନେ ଯୋଗଯୋଗ କରିପାରିବେ ।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ୫ଲକ୍ଷ ୪୧ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୫ଲକ୍ଷ ୩୨ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏପ୍ରିଲ୍‌ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୫ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଇଥିଲା।

Tags: