ପୋଲ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଓ ହେଲପର ମୃତ

ବାରିପଦା : ଟ୍ରକ ଦୁର୍ଘଟଣାରେ ୨ ମୃତ I ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣରେଖା କେନାଲ ଉପରୁ ୨୫ ଫୁଟ ତଳକୁ ଖସିପଡ଼ିଲା ଟ୍ରକଟି । ଦୁର୍ଘଟଣାରେ ଦୁଇ ଡ୍ରାଇଭର ଗୁରୁତର ହୋଇଥିବାବେଳେ,ବାରିପଦା ଡାକ୍ତରଖାନାରେ ଉଭୟଙ୍କ ମୃତ୍ୟୁ ଘଟିଛି I ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୧୮ କଳାବାଡିଆ ନିକଟସ୍ଥ ଜଗନ୍ନାଥଖୁଣ୍ଟାରେ I ଏପି ୦୭ ଟି ଏଫ ୯୩୮୮ ନମ୍ବର ଥିବା ଟ୍ରକଟି ପ୍ଲାୟଉଡ ନେଇ ବିଶାଖାପାଟଣାରୁ ନେପାଳ ଯାଉଥିବା ସମୟରେ ଭାରସାମ୍ୟ […]

Samaya Live Picture
Published On

ବାରିପଦା : ଟ୍ରକ ଦୁର୍ଘଟଣାରେ ୨ ମୃତ I ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣରେଖା କେନାଲ ଉପରୁ ୨୫ ଫୁଟ ତଳକୁ ଖସିପଡ଼ିଲା ଟ୍ରକଟି । ଦୁର୍ଘଟଣାରେ ଦୁଇ ଡ୍ରାଇଭର ଗୁରୁତର ହୋଇଥିବାବେଳେ,ବାରିପଦା ଡାକ୍ତରଖାନାରେ ଉଭୟଙ୍କ ମୃତ୍ୟୁ ଘଟିଛି I ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୧୮ କଳାବାଡିଆ ନିକଟସ୍ଥ ଜଗନ୍ନାଥଖୁଣ୍ଟାରେ I
ଏପି ୦୭ ଟି ଏଫ ୯୩୮୮ ନମ୍ବର ଥିବା ଟ୍ରକଟି ପ୍ଲାୟଉଡ ନେଇ ବିଶାଖାପାଟଣାରୁ ନେପାଳ ଯାଉଥିବା ସମୟରେ ଭାରସାମ୍ୟ ହରାଇ ପ୍ରଥମେ ପୋଲର ଡିଭାଇଡରରେ ଧକ୍କା ଦେଇ ସୁବର୍ଣ୍ଣରେଖା କେନାଲ ତଳକୁ ଖସି ପଡ଼ିଥିଲା। ଡ୍ରାଇଭରଙ୍କ ଆଖି ଲାଗିଯାଇ ଥିବା ହେତୁ ଏହି ଅଘଟଣ ଘଟିଥିବା କୁହାଯାଉଛି । ମୃତ ଡ୍ରାଇଭର ଆଜ ନାରାୟାଣା (୫୦) ଓ ହେଲପର କୟାନା ଚିନାରାଓ (୪୦)ଙ୍କ ଘର ଆନ୍ଧ୍ର ପ୍ରଦେଶର ସିକାକୁଲମରେ ବୋଲି ଜଣାପଡ଼ିଛି।

Tags: