ପୋଲିସକୁ ଆକ୍ରମଣ,ଓଡ଼ିଆ ଅଭିନେତା ଗିରଫ
ଭୁବନେଶ୍ୱର : ରାତିଅଧରେ ପୋଲିସକୁ ଆକ୍ରମଣ କରି ବନ୍ଧା ହେଲେ ଓଡ଼ିଆ ଅଭିନେତା I ଭରତପୁର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି I ଗିରଫ ଅଭିନେତା ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଓଡ଼ିଆ ଅଭିନେତା ବିରଞ୍ଚି ନାରାୟଣ ନାୟକ I ତାଙ୍କ ଘର କାକଟପୁର ଥାନା ଅନ୍ତର୍ଗତ କୋଠମୂଳ ଗାଁରେ ବୋଲି ଜଣା ପଡିଛି I […]
ଭୁବନେଶ୍ୱର : ରାତିଅଧରେ ପୋଲିସକୁ ଆକ୍ରମଣ କରି ବନ୍ଧା ହେଲେ ଓଡ଼ିଆ ଅଭିନେତା I ଭରତପୁର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି I ଗିରଫ ଅଭିନେତା ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଓଡ଼ିଆ ଅଭିନେତା ବିରଞ୍ଚି ନାରାୟଣ ନାୟକ I ତାଙ୍କ ଘର କାକଟପୁର ଥାନା ଅନ୍ତର୍ଗତ କୋଠମୂଳ ଗାଁରେ ବୋଲି ଜଣା ପଡିଛି I
ଘଟନାନୁସାରେ,ସୋମବାର ଭୋର ସମୟରେ ଭରତପୁର ଥାନା ଅନ୍ତ୍ରଗତ କଳିଙ୍ଗଷ୍ଟୁଡିଓ ଛକରେ ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂ ଚାଲିଥିଲା I ଏହି ସମୟରେ ରାତି ପ୍ରାୟ ୨ଟା ପାଖାପାଖି ସମୟରେ ବିରଞ୍ଚି ନିଜ କାର ଚଳାଇ ରେଣ୍ଟାଲ କଲୋନୀ ପଟୁ କଳିଙ୍ଗ ଷ୍ଟୁଡିଓ ଛକ ଆଡକୁ ଆସୁଥିଲେ I ସେହି ସମୟରେ ଡ୍ୟୁଟିରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ଯାଞ୍ଚ ପାଇଁ କାରଟିକୁ ଅଟକାଇଥିଲେ। ପୁଲିସ କର୍ମଚାରୀଙ୍କ ବାରମ୍ବାର କହିବା ପରେ ବିରଞ୍ଚି କାରରୁ ବାହାରକୁ ବାହାରିଥିଲେ। ହଠାତ୍ ପୁଲିସ କର୍ମଚାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ। ପୁଲିସ କର୍ମଚାରୀମାନେ ବିରଞ୍ଚିଙ୍କୁ କାବୁ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ଏ ସଂକ୍ରାନ୍ତରେ ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ବିରଞ୍ଚିଙ୍କୁ କୋର୍ଟ ଚାଲାଣ କରିଛି।




