ପୋଖରୀରେ ବୁଡି ମା’ଝିଅଙ୍କ ମୃତ୍ୟୁ

ଦଶପଲ୍ଲା : ବିଜୟ ଦଶମୀରେ ଅଘଟଣ I ପୋଖରୀ ଗାଧୁଆ ହେଲା କାଳ I ଏକ ସହିତ ବୁଡି ଯାଇ ମା’ ଝିଅଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁରେ। ଅପରାହ୍ନ ସମୟରେ ମା’ ଝିଅ ଗାଧୋଇବାକୁ ପୋଖରୀକୁ ଯାଇଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି I ମୃତକ ହେଲେ ମା’ ରୀନା ପ୍ରଧାନ(୩୦ ବର୍ଷ) ଓ ଝିଅ ବର୍ଷା ପ୍ରଧାନ(୧୩ ବର୍ଷ )ବୋଲି ଜଣାପଡ଼ିଛି। ସୂଚନାନୁସାରେ,ଆଜି ଅପରାହ୍ନଣ […]

Samaya Live Picture
Published On

ଦଶପଲ୍ଲା : ବିଜୟ ଦଶମୀରେ ଅଘଟଣ I ପୋଖରୀ ଗାଧୁଆ ହେଲା କାଳ I ଏକ ସହିତ ବୁଡି ଯାଇ ମା’ ଝିଅଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁରେ। ଅପରାହ୍ନ ସମୟରେ ମା’ ଝିଅ ଗାଧୋଇବାକୁ ପୋଖରୀକୁ ଯାଇଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି I ମୃତକ ହେଲେ ମା’ ରୀନା ପ୍ରଧାନ(୩୦ ବର୍ଷ) ଓ ଝିଅ ବର୍ଷା ପ୍ରଧାନ(୧୩ ବର୍ଷ )ବୋଲି ଜଣାପଡ଼ିଛି।

ସୂଚନାନୁସାରେ,ଆଜି ଅପରାହ୍ନଣ ପୋଖରୀରେ ଗାଧୋଉଥିବାବେଳେ ପ୍ରଥମେ ଝିଅ ଗଭୀର ପାଣିକୁ ପଶିଯାଇଥିଲା। ଝିଅକୁ ଉଦ୍ଧାର କରିବା ପାଇଁ ଯାଇଥିବାବେଳେ ମା’ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ।ତେବେ ମା’ଝିଅ ଅନେକ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜ ଖୋଜି କରିଥିଲେ I ପୋଖରୀ କୂଳରେ ଆସି ଦେଖିବା ବେଳକୁ ମା’ଓ ଝିଅଙ୍କର ମୃତ ଦେହ ଭାସୁଥିଲା I ଏହି ସମୟରେ ସ୍ଥାନୀୟ ଲୋକ ଏବଂ ଦମକଳ ବାହିନୀଙ୍କ ସହାୟତାରେ ପରିବାର ଲୋକେ ଉଭୟ ମା’ ଓ ଝିଅଙ୍କୁ ପୋଖରୀରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମା’ ଓ ଝିଅଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ଆଜି ଦିନରେ ଏହି ଅଭାବନୀୟ ଘଟଣାକୁ ନେଇଁ ଘୋଳାହାଣ୍ଡି ଗାଁରେ ଶୋକର ଛାୟା ଖେଳିଯାଇଛି।

Tags: