ପୂର୍ବତନ ବିଧାୟକ ଅନୁପଙ୍କୁ କରୋନା

ଭୁବନେଶ୍ୱର : ଅଗଷ୍ଟ ୨୭: ହତ୍ୟା ଅଭିଯୋଗରେ ଜେଲରେ ଥିବା ଓଡିଶାର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ରାୟଗଡ ଜେଲ ପକ୍ଷରୁ ସୂଚନା ଦିଆଯାଇଛି । ଡବଲ ମର୍ଡର ମାମଲାରେ ଛତିଶଗଡର ରାୟଗଡ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଜେଲ କର୍ତ୍ତୃପକ୍ଷ ତୁରନ୍ତ ଅନୁପଙ୍କୁ ସରକାରୀ ହସ୍ପିଟାଲରେ […]

Samaya Live Picture
Published On

ଭୁବନେଶ୍ୱର : ଅଗଷ୍ଟ ୨୭: ହତ୍ୟା ଅଭିଯୋଗରେ ଜେଲରେ ଥିବା ଓଡିଶାର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ରାୟଗଡ ଜେଲ ପକ୍ଷରୁ ସୂଚନା ଦିଆଯାଇଛି ।
ଡବଲ ମର୍ଡର ମାମଲାରେ ଛତିଶଗଡର ରାୟଗଡ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଜେଲ କର୍ତ୍ତୃପକ୍ଷ ତୁରନ୍ତ ଅନୁପଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ରାୟଗଡସ୍ଥିତ ଫର୍ଟିସ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ଗତ ଫେବ୍ରୁଆରୀ ୧୨ତାରିଖରେ ଏକ ଡବଲ ମର୍ଡର ମାମାଲାରେ ଛତିଶଗଡ ପୁଲିସ ତାଙ୍କୁ ଗିରଫ କରିଥିଲା । କଳ୍ପନା ଦାସ ଓ ତାଙ୍କ ଛୋଟ ଝିଅ ବବଲି ହତ୍ୟାକାଣ୍ଡ ଘଟଣାର ଅଢେଇ ବର୍ଷ ପରେ ପୁଲିସ ଅନୁପ ସାଏଙ୍କୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କରିଥିଲା । ଅନୁପ ଏହି ଅଭିଯୋଗରେ ଏବେ ଜେଲ ଦଣ୍ଡ ଭୋଗୁଛନ୍ତି ।