ପୂଜା ବଜାରକୁ ଭିଜେଇବ ସମ୍ଭାବ୍ୟ ଲଘୁଚାପ ,ମହାଷଷ୍ଠୀରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଏଥର ଫିକା ପଡିବ ପୂଜା ବଜାର I ଗତ ଦୁଇବର୍ଷ ର କରୋନା କଟକଣା ପରେ ଏଥର ମହା ଧୁମଧାମ ରେ ପୂଜା ପାଳନ ହେବ ବୋଲି ଆଶାକରଯାଉଥିଲା I କିନ୍ତୁ ଆସୁଥିବା ଲଘୁଚାପ ବର୍ଷା ଯୋଗୁଁ ଏଥର ପୂଜା ଫିକା ପଡିବ ବୋଲି ଜଣାପଡିଛି I ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପଶ୍ଚିମ କେନ୍ଦ୍ରୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗୁରୁବାରଠାରୁ ବର୍ଷା ଆରମ୍ଭ ହୋଇଛି । ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା […]
ଭୁବନେଶ୍ୱର : ଏଥର ଫିକା ପଡିବ ପୂଜା ବଜାର I ଗତ ଦୁଇବର୍ଷ ର କରୋନା କଟକଣା ପରେ ଏଥର ମହା ଧୁମଧାମ ରେ ପୂଜା ପାଳନ ହେବ ବୋଲି ଆଶାକରଯାଉଥିଲା I କିନ୍ତୁ ଆସୁଥିବା ଲଘୁଚାପ ବର୍ଷା ଯୋଗୁଁ ଏଥର ପୂଜା ଫିକା ପଡିବ ବୋଲି ଜଣାପଡିଛି I ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପଶ୍ଚିମ କେନ୍ଦ୍ରୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗୁରୁବାରଠାରୁ ବର୍ଷା ଆରମ୍ଭ ହୋଇଛି । ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିବ ।
ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବର୍ଷା ହେବାର ସମ୍ଭାବନା ରହିଛି। ମହାଷ୍ଟମୀରେ ମଧ୍ୟ ଭିଜିବ ପୂରା ଓଡ଼ିଶା। କ୍ଟୋବର ପହିଲାରେ ଉତ୍ତର-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ସେଅନୁସାରେ ଅକ୍ଟୋବର ୧ ସକାଳ ସାଢ଼େ ୮ଟାରୁ ୨ ତାରିଖ ସକାଳ ସାଢ଼େ ୮ଟା ଯାଏ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର।
କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି ହୋଇଛି । ସେହିଭଳି ଆଜି ମଧ୍ୟ ଉତ୍ତର ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି




