ପୁରୀ ସମୁଦ୍ରରେ ଅଘଟଣ,ଭାସି ଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ : ସମୁଦ୍ରରେ ସ୍ନାନ କରୁଥିବା ବେଳେ ଅଘଟଣ। ଆଜି ସକାଳେ,ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକ ସମୁଦ୍ରର ୧୨ଓ ୧୩ ନମ୍ବର ବାଥିଂ ଜୋନରେ ଗାଧୋଇବା ବେଳେ ଲହଡ଼ିରେ ଭାସି ଯାଇଥିଲେ । ମୃତ ୨ ଜଣ ପର୍ଯ୍ୟଟକ ପଶ୍ଚିମବଙ୍ଗ ହାୱଡାର ବୋଲି ଜଣା ପଡିଛି I ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ସହାୟତାରେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ […]
ପୁରୀ : ସମୁଦ୍ରରେ ସ୍ନାନ କରୁଥିବା ବେଳେ ଅଘଟଣ। ଆଜି ସକାଳେ,ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକ ସମୁଦ୍ରର ୧୨ଓ ୧୩ ନମ୍ବର ବାଥିଂ ଜୋନରେ ଗାଧୋଇବା ବେଳେ ଲହଡ଼ିରେ ଭାସି ଯାଇଥିଲେ । ମୃତ ୨ ଜଣ ପର୍ଯ୍ୟଟକ ପଶ୍ଚିମବଙ୍ଗ ହାୱଡାର ବୋଲି ଜଣା ପଡିଛି I ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ସହାୟତାରେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।




