ପୁରୀ ବାଣ ଅଘଟଣ ପାଇଁ ନିଜ ଆଡୁ ମାମଲା ରୁଜୁ କଲା ପୋଲିସ

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ I ଏନେଇ ପୁରୀ ଏସପି ପିନାକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି I ଏହି ଘଟଣାପରେ ଆହତ ମାନଙ୍କୁ ବୁଧବାର ପୁରୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସାପରେ ପରେ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I ସାଇଣ୍ଟିଫିକ ଟିମ ସହ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି I ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି […]

Samaya Live Picture
Published On

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ I ଏନେଇ ପୁରୀ ଏସପି ପିନାକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି I ଏହି ଘଟଣାପରେ ଆହତ ମାନଙ୍କୁ ବୁଧବାର ପୁରୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସାପରେ ପରେ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I ସାଇଣ୍ଟିଫିକ ଟିମ ସହ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି I ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି I

ଅନ୍ୟପଟେ ପୁରୀ ବାଣ ବିସ୍ଫୋରଣ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ I ଅତିରିକ୍ତ ମୁଖ୍ୟ ଶାସନ ସଚିବ,ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଏହି ତଦନ୍ତ କରିବେ I

Tags: