ପୁରୀରୁ ୧୨ ନକଲି ସେବାୟତ ଗିରଫ
ପୁରୀ : ପୁରୀରେ ନକଲି ସେବାୟତ । ଟାର୍ଗେଟରେ ଥିଲେ ଅଣ ଓଡ଼ିଆ ଶ୍ରଦ୍ଧାଳୁ । ବିଭିନ୍ନ ଉପାୟରେ ହଇରାଣ ହରକତ କରି ପଇସା ଲୁଟିବା ଅଭିଯୋଗରେ ୧୨ ଜଣ ନକଲି ସେବାୟତଙ୍କୁ ଗିରଫ କରିଛି ସିଂହଦ୍ୱାର ପୋଲିସ । ସିଂହଦ୍ଵାର ଥାନା ପୁଲିସ ଓ ଟାଉନଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ଏହି ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୁରୀ ପୋଲିସ ଏକ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇବା ପରେ […]
ପୁରୀ : ପୁରୀରେ ନକଲି ସେବାୟତ । ଟାର୍ଗେଟରେ ଥିଲେ ଅଣ ଓଡ଼ିଆ ଶ୍ରଦ୍ଧାଳୁ । ବିଭିନ୍ନ ଉପାୟରେ ହଇରାଣ ହରକତ କରି ପଇସା ଲୁଟିବା ଅଭିଯୋଗରେ ୧୨ ଜଣ ନକଲି ସେବାୟତଙ୍କୁ ଗିରଫ କରିଛି ସିଂହଦ୍ୱାର ପୋଲିସ । ସିଂହଦ୍ଵାର ଥାନା ପୁଲିସ ଓ ଟାଉନଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ଏହି ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୁରୀ ପୋଲିସ ଏକ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇବା ପରେ ଅପରେସନ ଆରମ୍ଭ ହୋଇଥିଲା। ଏନେଇ ଅନେକ ଥର ଥାନାରେ ଅଭିଯୋଗ ପରେ ଏବେ ଆକ୍ସନ ମୋଡ଼କୁ ଆସିଛି ପୁରୀ ପୋଲିସ । ବିଏନଏସ ଧାରା ୧୧୧ ଅନୁଯାୟୀ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଯାଇଛି ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆସିଥାନ୍ତି । ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରା ବିଷୟରେ ସେବାୟତ ଓ ସେମାନଙ୍କର ଗୁମାସ୍ତା ମାନେ ଯାତ୍ରୀମାନଙ୍କୁ ଟିକିନିଖି ତଥ୍ୟ ପ୍ରଦାନ କରିଥାନ୍ତି । ଏହି ସମୟରେ କିଛି ଅସାମାଜିକ ବ୍ୟକ୍ତି ଏବଂ ଗୁଣ୍ଡାମାନେ ନିଜକୁ ମନ୍ଦିର ଗୁମାସ୍ତା ପରିଚୟ ଦେଇ ପୁରୀକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ସୂଚନା ମିଳିଥିଲା । ନକଲି ସେବାୟତ ଅବିକଳ ମହାପ୍ରଭୁଙ୍କ ସେବାୟତ ମାନଙ୍କ ଭଳି ବେଶ ପରିପାଟୀ ଧାରଣ କରି ବଡ଼ଦାଣ୍ଡ ଏବଂ ପରିକ୍ରମା ରାସ୍ତାରେ ଏକତ୍ରିତ ହୋଇ ଭକ୍ତମାନଙ୍କୁ ବିଶେଷକରି ଅଣ-ଓଡ଼ିଆମାନଙ୍କୁ ଟାର୍ଗେଟ କରୁଥିବା ଜଣାପଡିଥିଲା। ଏହି ଖବର ଜଣାପଡିବା ପରେ ପୁରୀ ଏସପି ଏହି ଅପରାଧୀ ମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ।
ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହିତ ସୁବିଧାରେ ଦର୍ଶନ ଏବଂ ଠକାମୀର ଯେଭଳି ଶିକାର ନହେବେ ସେ ଦିଗରେ ପୋଲିସ ବିଶେଷ ଦୃଷ୍ଟି ଦେଇଛି । ଗିରଫ ହୋଇଥିବା ନକଲି ସେବାୟତ ମାନଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାବେଳେ ବେଆଇନ ଭାବେ ଏମାନେ ଗୁମାସ୍ତା କାର୍ଯ୍ୟ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି ।




