ପୁରୀରୁ କଟକ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ, କେନ୍ଦ୍ର ରେଳମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶାରେ ଖୁବ୍ ଶୀଘ୍ର ‘ବନ୍ଦେ ମେଟ୍ରୋ’ ଚଳାଚଳ କରିବ। ଏହା ପୁରୀ- ଭୁବନେଶ୍ବର-କଟକ -ସମ୍ବଲପୁର ଏବଂ ରାଉରକେଲା ଯାଏଁ ଚାଲିବ I ଏନେଇ ପୁରୀ ରେଳ ଷ୍ଟେସନରେ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଉଦଘାଟନୀ ଉତ୍ସବରେ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ ଆହୁରି କହିଛନ୍ତି, ଓଡ଼ିଶାକୁ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିବ। ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ରାଉରକେଲା […]
ଭୁବନେଶ୍ୱର : ଓଡ଼ିଶାରେ ଖୁବ୍ ଶୀଘ୍ର ‘ବନ୍ଦେ ମେଟ୍ରୋ’ ଚଳାଚଳ କରିବ। ଏହା ପୁରୀ- ଭୁବନେଶ୍ବର-କଟକ -ସମ୍ବଲପୁର ଏବଂ ରାଉରକେଲା ଯାଏଁ ଚାଲିବ I ଏନେଇ ପୁରୀ ରେଳ ଷ୍ଟେସନରେ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଉଦଘାଟନୀ ଉତ୍ସବରେ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ ଆହୁରି କହିଛନ୍ତି, ଓଡ଼ିଶାକୁ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିବ। ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ। ସ୍ଲିପର୍ ବନ୍ଦେ ଭାରତ ଏକ୍ସପ୍ରେସ୍ ବି ଚାଲିବ। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ଏହି କାରଣରୁ ସେ ଓଡ଼ିଶାକୁ ଅଧିକ ଅର୍ଥ ଦେଉଛନ୍ତି।
ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଆଇଟିଡିସି ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ସୂଚନାନୁସାରେ,ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି I । ଏହା ସହ ଓଡ଼ିଶାରେ ପ୍ରାୟ ୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ।




