ପୁଣି ହାତୀ ନେଲା ୨ ଜୀବନ

ଦେବଗଡ଼ : ହାତୀ ଆକ୍ରମଣରେ ୨ ମହିଳାଙ୍କ ମୃତ୍ୟୁ I ମୃତକ ୨ ମହିଳା ହେଲେ ଟିପିରିସିଙ୍ଗା ଗ୍ରାମର ସୁରୁବାଲି କିସାନ ଓ ଖଇରି କିସାନ I ଅନ୍ଧାର ରାତିରେ ଘରର କାନ୍ଥ ଭାଙ୍ଗି ଦନ୍ତା ଘରେ ପଶି ଶୁଣ୍ଢରେ ଦୁଇ ମହିଳାଙ୍କୁ ଉଠାଇ କଚାଡ଼ିଦେଇଥିଲା I ଏହି ଅଘଟଣ ଘଟିଛି ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାନୁସାରେ,ଦେବଗଡ଼ ଜିଲ୍ଲା ଟିପିରିସିଙ୍ଗା ଗ୍ରାମରେ ଗତ କିଛି […]

Samaya Live Picture
Published On

ଦେବଗଡ଼ : ହାତୀ ଆକ୍ରମଣରେ ୨ ମହିଳାଙ୍କ ମୃତ୍ୟୁ I ମୃତକ ୨ ମହିଳା ହେଲେ ଟିପିରିସିଙ୍ଗା ଗ୍ରାମର ସୁରୁବାଲି କିସାନ ଓ ଖଇରି କିସାନ I ଅନ୍ଧାର ରାତିରେ ଘରର କାନ୍ଥ ଭାଙ୍ଗି ଦନ୍ତା ଘରେ ପଶି ଶୁଣ୍ଢରେ ଦୁଇ ମହିଳାଙ୍କୁ ଉଠାଇ କଚାଡ଼ିଦେଇଥିଲା I ଏହି ଅଘଟଣ ଘଟିଛି ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାନୁସାରେ,ଦେବଗଡ଼ ଜିଲ୍ଲା ଟିପିରିସିଙ୍ଗା ଗ୍ରାମରେ ଗତ କିଛି ଦିନ ହେଲା ହାତୀ ଉପଦ୍ରଵ ଲାଗି ରହିଥିଲା I ଶୁକ୍ରବାର ବିଳମ୍ବିତ ରାତିରେ ସୁରୁବାଲି ଓ ଖଇରୀ ଘରେ ଶୋଇଥିବାବେଳେ ହାତୀ କାନ୍ଥ ଭାଙ୍ଗି ଘରେ ପଶିଥିଲା ହାତୀଟିକୁ ଦେଖି ସୁରୁବାଲି ଓ ଖଇରି ଜୀବନବିକାଳେ ଘରୁ ଦୌଡ଼ି ପଳାଇଯାଇଥିଲେ। ହେଲେ ଦନ୍ତାଟି ସେମାନଙ୍କୁ ଛାଡ଼ିନଥିଲା। ଶୁଣ୍ଢରେ ଉଠାଇ ସେମାନଙ୍କୁ କଚାଡି ଦେଇଥିଲା। ଘଟଣାସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିଲା। ତେବେ ହାତୀଟି କେଉଁଠି ଲୁଚି ରହିଛି ନା, ଜଙ୍ଗଲକୁ ପଳାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ଏବଂ ଦେବଗଡ଼ ବନ ବିଭାଗ କର୍ମଚାରୀମାନେ ପହଁଚି ତଦନ୍ତ ଜାରି ରଖିଛନ୍ତି I

Tags: