ପୁଣି ସାରଥୀ ଉପାଖ୍ୟାନ,ପାଦତଳେ ତୁଳସୀ ଦେଇ କରୁଛନ୍ତି ପୂଜା

ଭୁବନେଶ୍ବର: ରାଜ୍ୟରେ ପୁଣି ମୁଣ୍ଡ ଟେକିଲେଣି ଆତ୍ମଘୋଷିତ ବାବା । ସାମ୍ନାକୁ ଆସିଛି ଆତ୍ମଘୋଷିତ ବାବା କାଶୀନାଥଙ୍କ ପୁଣି ଏକ ଭଣ୍ଡାମୀ । ନିଜ ପୁଅକୁ ବିଷ୍ଣୁଙ୍କ ଅବତାର ବୋଲି ପ୍ରଚାର କରି ପାଦରେ ତୁଳସୀ ଚଢାଇ ଚାଲିଛି ପୂଜାର୍ଚ୍ଚନା । ଖଣ୍ଡଗିରି ଅଞ୍ଚଳରେ ଏକ ଆଶ୍ରମ କରି ଚାଲିଛି ପୂଜାର୍ଚ୍ଚନା । ପ୍ରତିଦିନ ଛୁଟୁଛି ଭକ୍ତଙ୍କ ସୁଅ । ଏହାକୁ ବିରୋଧ କରି ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଭରତପୁର ଥାନାରେ ଏତଲା ଦିଆଯାଇଛି । […]

Samaya Live Picture
Published On

ଭୁବନେଶ୍ବର: ରାଜ୍ୟରେ ପୁଣି ମୁଣ୍ଡ ଟେକିଲେଣି ଆତ୍ମଘୋଷିତ ବାବା । ସାମ୍ନାକୁ ଆସିଛି ଆତ୍ମଘୋଷିତ ବାବା କାଶୀନାଥଙ୍କ ପୁଣି ଏକ ଭଣ୍ଡାମୀ । ନିଜ ପୁଅକୁ ବିଷ୍ଣୁଙ୍କ ଅବତାର ବୋଲି ପ୍ରଚାର କରି ପାଦରେ ତୁଳସୀ ଚଢାଇ ଚାଲିଛି ପୂଜାର୍ଚ୍ଚନା । ଖଣ୍ଡଗିରି ଅଞ୍ଚଳରେ ଏକ ଆଶ୍ରମ କରି ଚାଲିଛି ପୂଜାର୍ଚ୍ଚନା । ପ୍ରତିଦିନ ଛୁଟୁଛି ଭକ୍ତଙ୍କ ସୁଅ । ଏହାକୁ ବିରୋଧ କରି ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଭରତପୁର ଥାନାରେ ଏତଲା ଦିଆଯାଇଛି । ପିଲାଟି ପ୍ରଭୁ ଜଗନ୍ନାଥଙ୍କ ଅବତାର ବୋଲି ପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି । ତେବେ ପିଲାଟି ନାଁ ସତୀଶ ଚନ୍ଦ୍ର ମିଶ୍ର ଏବଂ ତାଙ୍କୁ ବାପାଙ୍କ ନାଁ କାଶୀନାଥ ମିଶ୍ର । ଏନେଇ ସତୀଶ ମିଶ୍ରଙ୍କ ବାପା କାଶୀନାଥ ମିଶ୍ର କହିଛନ୍ତି ଫୋଟରେ ଦେଖାଯାଉଥିବା ଚିତ୍ରଟି ୧୦ ବର୍ଷ ତଳର । ଏବେ ପିଲା ପାଦରେ ନୁହେଁ ମୁଣ୍ଡରେ ତୁଳସୀ ଦିଆଯାଉଛି ।

ଖଣ୍ଡଗିରିର ବୈକୁଣ୍ଠ ଧାମ ନାମକ ଏକ ଆଶ୍ରମରେ କାଶୀନାଥ ମିଶ୍ର ନାମକ ଜଣେ ବ୍ୟକ୍ତି ଭକ୍ତି ନାମରେ ଧନ୍ଦା କରୁଥିବା ଅଭିଯୋଗ ହୋଇଛି । ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଛନ୍ତି ସୁଧର୍ମା ମହାସଭାର ଟ୍ରଷ୍ଟି ପାଣ୍ଡବ କୁମାର ପରିଡ଼ା । ସେ କହିଛନ୍ତି,ମାଳିକାରେ ବର୍ଣ୍ଣନା ଅନୁସାରେ ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ବୟଂ ଶ୍ରୀଜଗନ୍ନାଥ ଏହି ବାଳକ ରୂପରେ ଯାଜପୁରରେ ଜନ୍ମ ଗ୍ରହଣ କରି ଗୁପ୍ତ ଖଣ୍ଡଗିରିରେ ପୂଜାପାଉଛନ୍ତି । ତାଙ୍କ ଭିତରେ ରହିଛି ଅଲୌକିକ ଶକ୍ତି । ଦୁରାରୋଗକୁ ଭଲ କରିବା ପରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା ଯେ ଜଗନ୍ନାଥ ଏହି ପିଲା ରୂପରେ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି । ତବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,ପିଲାଟି ଏବେ ବଡ଼ ହୋଇଯାଇଛି KTM ବାଇକ ନେଇ କଲେଜ ଯାଉଛି ।

Tags: