ପୁଣି ରେଳ ଦୁର୍ଘଟଣା, ୱାଗନରେ ଚାପିହୋଇ ୬ ଶ୍ରମିକଙ୍କ ମୃତ୍ୟୁ
ଯାଜପୁର : ଜୁନ ୨ ତାରିଖର କାଳ ରାତ୍ରିର ଘଟଣା ମନରେ ନ ଲିଭୁଣୁ ପୁଣି ଘଟି ଗଲା ଆଉ ଏକ ରେଳ ଦୁର୍ଘଟଣା I ଆଜି ପୁଣି ଟ୍ରେନ ଲାଇନରେ କଟି ୬ ଜଣ ରେଳ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ଯାଜପୁର ରୋଡ଼ ଅଞ୍ଚଳରେ। ଅପରାହ୍ନରେ ବର୍ଷା ପବନ ଯାଗୁଁ ସମସ୍ତେ ପୂର୍ବରୁ ଅଟକି ଥିବା ମାଲବାହୀ ଟ୍ରେନ ବଗି ତଳେ ଯାଇ ଆଶ୍ରୟ ନେଇଥିଲେ । ମାତ୍ର ଏହି ସମୟରେ […]
ଯାଜପୁର : ଜୁନ ୨ ତାରିଖର କାଳ ରାତ୍ରିର ଘଟଣା ମନରେ ନ ଲିଭୁଣୁ ପୁଣି ଘଟି ଗଲା ଆଉ ଏକ ରେଳ ଦୁର୍ଘଟଣା I ଆଜି ପୁଣି ଟ୍ରେନ ଲାଇନରେ କଟି ୬ ଜଣ ରେଳ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ଯାଜପୁର ରୋଡ଼ ଅଞ୍ଚଳରେ। ଅପରାହ୍ନରେ ବର୍ଷା ପବନ ଯାଗୁଁ ସମସ୍ତେ ପୂର୍ବରୁ ଅଟକି ଥିବା ମାଲବାହୀ ଟ୍ରେନ ବଗି ତଳେ ଯାଇ ଆଶ୍ରୟ ନେଇଥିଲେ । ମାତ୍ର ଏହି ସମୟରେ ମାଲଗାଡ଼ିଟି ପବନ କାରଣରୁ ଆଗକୁ ପେଲି ହୋଇ ଗଡ଼ିଯାଇଥିଲା । ଫଳରେ ବିଶ୍ରାମ ନେଉଥିବା ୬ ଜଣ ଶ୍ରମିକ ଚାପିହୋଇ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ବ କେନ୍ଦ୍ରର ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି।
ଆଜି ଅପରାହ୍ନ ୪ଟା ବେଳେ ଯାଜପୁର ରୋଡ ଷ୍ଟେସନରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ବନ୍ଦାଳୋ ପଞ୍ଚାୟତ ଗମ୍ଭାରିଆ ଅଞ୍ଚଳର ଗୌତମ ସାମଲ, ମାନସ ସାମଲ, ବାଲିଆପାଳ ଗ୍ରାମର ପ୍ରଶାନ୍ତ ଜେନା, ଭୀମସେନ ଜେନା, ସୁଶାନ୍ତ ଜେନା ଏବଂ ମୁକୁନ୍ଦପୁର ପଞ୍ଚାୟତ ଓଷଳା ଗ୍ରାମର ଦୋଳଗୋବିନ୍ଦ ପ୍ରଧାନ। ଗୁରୁତର ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋରୀର ଅଞ୍ଚଳର ଅମର ସାହୁ ଓ ନବଘନ ବାରିକ।
ମୃତକ ସମସ୍ତେ ହେଲେ ରେଳବାଇର ଠିକା ଶ୍ରମିକ I ପୂର୍ବତଟ ରେଳ ପକ୍ଷରୁ କହାଯାଇଛି କି, ରେଳ କାର୍ଯ୍ୟ ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ନିୟୋଜିତ ଶ୍ରମିକ ମାନେ ଯାଜପୁର-କେନ୍ଦୁଝରରୋଡ ନିକଟରେ ପବନ ଏବଂ ବର୍ଷା ଠାରୁ ରକ୍ଷା ପାଇବା ପାଇଁ ରଖାଯାଇଥିବା ଏକ ମାଲଗାଡ଼ି ରେକ୍ ତଳେ ଆଶ୍ରୟ ନେଇଥିଲେ |ହଠାତ ଝ଼ଡବର୍ଷାରୁ ରକ୍ଷା ପାଇବାକୁ ମାଲଗାଡ଼ି ତଳକୁ ଚାଲିଯାଇଥିଲା। ଷ୍ଟେସନର ସିକ୍ ଲାଇନରେ ବିନା ଇଞ୍ଜିନର ରେଳ ରେକ୍ ହଠାତ ଗଡିବାରୁ ଶ୍ରମିକ ମାନେ ଚାପି ହୋଇଯାଇଥିଲେ । ବର୍ଷା ପବନ ଯୋଗୁ ରେକ୍ଟି ଗଡି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହି ଦୁଖଦଃ ଘଟଣାରେ ରେଳବାଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଖୋର୍ଦ୍ଧା ଡିଆରଏମଙ୍କ ନେତୃତ୍ୱରେ ଏକ ଦଳ ଦୁର୍ଘଟଣାସ୍ଥଳ ଗସ୍ତ କରିଛି।




