ପୁଣି ଘରୋଇ ବସ୍ ଧର୍ମଘଟ ଧମକ

ଭୁବନେଶ୍ୱର : ପୁଣି ହେବ ଘରୋଇ ବସ୍ ଧର୍ମଘଟ । ଡିସେମ୍ବର ୧ରୁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ I ସରକାର ଦାବି ନଶୁଣିଲେ ଡିସେମ୍ବର୧ରୁ ରାଜ୍ୟର କୌଣସି ଜିଲ୍ଲାରେ ଗଡିବ ନାହିଁ ବୋଲି କହିଛି ଘରୋଇବସ୍ ମାଲିକ ସଂଘ । ତେବେ ଧର୍ମଘଟ ପୂର୍ବରୁ ନଭେମ୍ବର ୨୨ରୁ ବିଧାନସଭା ଆଗରେ ଧାରଣାରେ ବସିବେ ଘରୋଇବସ୍ ମାଲିକ । ଧାରଣା ସତ୍ୱେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ସାରା ରାଜ୍ୟରେ ଘରୋଇ […]

Samaya Live Picture
Published On

ଭୁବନେଶ୍ୱର : ପୁଣି ହେବ ଘରୋଇ ବସ୍ ଧର୍ମଘଟ । ଡିସେମ୍ବର ୧ରୁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ I ସରକାର ଦାବି ନଶୁଣିଲେ ଡିସେମ୍ବର୧ରୁ ରାଜ୍ୟର କୌଣସି ଜିଲ୍ଲାରେ ଗଡିବ ନାହିଁ ବୋଲି କହିଛି ଘରୋଇବସ୍ ମାଲିକ ସଂଘ । ତେବେ ଧର୍ମଘଟ ପୂର୍ବରୁ ନଭେମ୍ବର ୨୨ରୁ ବିଧାନସଭା ଆଗରେ ଧାରଣାରେ ବସିବେ ଘରୋଇବସ୍ ମାଲିକ । ଧାରଣା ସତ୍ୱେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ସାରା ରାଜ୍ୟରେ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ଠପ କରାଯିବ । ଏନେଇ ଘରୋଇ ବସ ମାଲିକ ସଂଘର ବୈଠକରେ ନିଷ୍ପତି ନିଆଯାଇଛି । ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି,ଡିସେମ୍ବର ୧ରୁ ରାଜ୍ୟରେ ଗୋଟିଏ ବି ବସ ଗଡିବ ନାହିଁ ।

ସୂଚନାନୁସାରେ,ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଛି । ଜିଲ୍ଲା ମୁଖ୍ୟାଳୟକୁ ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଅକ୍ଟୋବର ୧୭ ତାରିଖରୁ ଘରୋଇ ବସ୍‌ ମାଲିକ ସଂଘ ଧର୍ମଘଟ ଡାକରା ଦେଇଥିଲେ। ତେବେ ଦଶହରା ସମୟରେ ବସ୍ ଚଳାଚଳ ନ କରିବାରୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ପରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା ପରେ ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରହିଥିଲା । ଘରୋଇ ବସକୁ ସରକାର ନେଇ ଲକ୍ଷ୍ମୀ ଯୋଜନାରେ ଚଳାଇବାକୁ ଦାବି କରି ଆସୁଛି ସଂଘ । ଘରୋଇ ବସ୍‌ଗୁଡ଼ିକରେ ଦୈନିକ ପ୍ରାୟ ୭ରୁ ୧୦ ଲକ୍ଷ ଲୋକ ଯାତାୟାତ କରନ୍ତି। ବନ୍ଦ ଡାକରା ଯୋଗୁ ଘରୋଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏହା ରାଜ୍ୟର ପରିବହନ ସେବାକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି ହୋଇଛି।

Tags: