ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା

ବଲାଙ୍ଗୀର : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ବ୍ୟାଗ୍‌ ଭିତରୁ ଉଦ୍ଧାର ହେଲା ନବଜାତକ । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ସଦରଥାନା ଅନ୍ତର୍ଗତ ଖର୍ଲିକାନି ଗାଁରେ ଘଟିଛି । ଉଦ୍ଧାର ପରେ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ଏସ୍‌ଏନ୍‌ସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି I ସୂଚନା ଅନୁସାରେ ଖର୍ଲିକାନି ଗାଁର ବସନ୍ତ ପରାଭୁଏ ଗାଁ ଭିତରୁ ମୁଖ୍ୟ ରାସ୍ତା ଆଡ଼କୁ ଆସିବା ବେଳେ ରାସ୍ତା […]

Samaya Live Picture
Published On

ବଲାଙ୍ଗୀର : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ବ୍ୟାଗ୍‌ ଭିତରୁ ଉଦ୍ଧାର ହେଲା ନବଜାତକ । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ସଦରଥାନା ଅନ୍ତର୍ଗତ ଖର୍ଲିକାନି ଗାଁରେ ଘଟିଛି । ଉଦ୍ଧାର ପରେ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ଏସ୍‌ଏନ୍‌ସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି I

ସୂଚନା ଅନୁସାରେ ଖର୍ଲିକାନି ଗାଁର ବସନ୍ତ ପରାଭୁଏ ଗାଁ ଭିତରୁ ମୁଖ୍ୟ ରାସ୍ତା ଆଡ଼କୁ ଆସିବା ବେଳେ ରାସ୍ତା ଉପରେ ବ୍ୟାଗ୍‌ ଭିତରେ ଏକ ନବଜାତ ଶିଶୁ କନ୍ୟା କାନ୍ଦୁଥିବା ଦେଖିବାକୁ ପାଇଥିଲେ । ଏହି ସମୟରେ ଶିଶୁ କନ୍ୟାଟିକୁ କିଛି ବୁଲାକୁକୁର ମଧ୍ୟ ଘେରି ଯାଇଥିଲେ I ବସନ୍ତ ସେଠାରୁ ତୁରନ୍ତ ଶିଶୁକନ୍ୟାଟିକୁ ଉଦ୍ଧାର କରି ବଲାଙ୍ଗୀର ମେଡିକାଲରେ ଭର୍ତି କରିଚ୍ଛନ୍ତି I ତେବେ ବସନ୍ତ ପରାଭୁଏ ନିଃସନ୍ତାନ ହୋଇଥିବାରୁ ସେ ଶିଶୁକନ୍ୟା ଟିକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣକରିବାକୁ ଇଚ୍ଛୁକ ରହିଛନ୍ତି I କିନ୍ତୁ ଯଦି ଶିଶୁକନ୍ୟା ଟିର କେହି ଦାବିଦାର ନ ବାହାରନ୍ତି ତେବେ ସରକାରୀ ଆଇନ ଅନୁସାରେଏହି କାର୍ଯ୍ୟ କରାଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି ।

Tags: