ପୀତବାସ ପଣ୍ଡା ହତ୍ୟା ମାମଲା,ଅଡୁଆରେ ବ୍ରହ୍ମପୁର ଏସପି
ବ୍ରହ୍ମପୁର : ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସପିଙ୍କ ବଢ଼ିଲା ଅଡୁଆ । ନିର୍ବାଚନୀ ମାମଲା ପ୍ରସଙ୍ଗରେ ଏସପି ଦେଇଥିବା ମନ୍ତବ୍ୟକୁ ନେଇ ହାଇକୋର୍ଟ ଖପ୍ପା ହୋଇଛନ୍ତି। ବ୍ରହ୍ମପୁର ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସ୍ ପିଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ନିର୍ବାଚନୀ ମାମଲା ବିଚାରାଧୀନ ଥିବା ବେଳେ SPଙ୍କ ବୟାନକୁ କୋର୍ଟ କଡ଼ା ନିନ୍ଦା କରିଛନ୍ତି । ଏସପିଙ୍କ […]
ବ୍ରହ୍ମପୁର : ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସପିଙ୍କ ବଢ଼ିଲା ଅଡୁଆ । ନିର୍ବାଚନୀ ମାମଲା ପ୍ରସଙ୍ଗରେ ଏସପି ଦେଇଥିବା ମନ୍ତବ୍ୟକୁ ନେଇ ହାଇକୋର୍ଟ ଖପ୍ପା ହୋଇଛନ୍ତି। ବ୍ରହ୍ମପୁର ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସ୍ ପିଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ନିର୍ବାଚନୀ ମାମଲା ବିଚାରାଧୀନ ଥିବା ବେଳେ SPଙ୍କ ବୟାନକୁ କୋର୍ଟ କଡ଼ା ନିନ୍ଦା କରିଛନ୍ତି ।
ଏସପିଙ୍କ ଟିପ୍ପଣୀକୁ ଅଦାଲତ ଅବମାନନା ଭାବେ କାହିଁକି ବିବେଚନା କରା ନ ଯିବ ବୋଲି ଉଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ତେଣୁ ଆସନ୍ତା ୭ ତାରିଖ ମଧ୍ୟରେ ଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ଏସପିଙ୍କୁ ନିର୍ଦେଶ ଜାରି କରାଯାଇଛି।
ସୂଚନାଯୋଗ୍ୟ, ପୀତବାସ ହତ୍ୟା ମାମଲାର ସାମ୍ବାଦିକ ସମ୍ମିଳନୀରେ ଏସପି ନିର୍ବାଚନ ମାମଲା କଥା ଉଠାଇଥିଲେ। ବିକ୍ରମ ପଣ୍ଡା ଏବଂ ଶିବଶଙ୍କର ଦାସଙ୍କ ମଧ୍ୟରେ କମନ୍ ଲିଙ୍କ ଥିବା ନେଇ ଏସପି ଟିପ୍ପଣୀ ଦେଇଥିଲେ। ଏସପି କହିଥିଲେ, ଏହି କମନ ଲିଙ୍କ୍ ଥିଲା ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଦାୟର ହୋଇଥିବା ନିର୍ବାଚନୀ ମାମଲା। ଶିବଶଙ୍କର ମାମଲା କରିଥିଲେ, ବିକ୍ରମ ଖର୍ଚ୍ଚ ବହନ କରୁଥିଲେ। ଏସପିଙ୍କ ଏହି ଟିପ୍ପଣୀ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।




