ପିକ୍ନିକ୍ ଭ୍ୟାନ୍ ଓଲଟି ୧୫ ଗୁରୁତର
ବଲାଙ୍ଗୀର : ପିକନିକ ଋତୁ ଆରମ୍ଭ ହେଉ ହେଉ ଘଟୁଛି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା I କେଉଁଠି ପାଣିରେ ଭାସି ଯାଇ ତ କେଉଁଠି ପିକନିକ ଗାଡି ହେଉଛି ଦୁର୍ଘଟଣା ଗ୍ରସ୍ତ I ସେହିପରି ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଟିଟିଲାଗଡ଼ ନିକଟସ୍ଥ କତରକେଲା ରେଲ ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ। ଭୋଜି କାରିବାକୁ ଯାଉଥିବା ଏକ ପିକଅପ ଭ୍ୟାନ ଓଲଟି […]
ବଲାଙ୍ଗୀର : ପିକନିକ ଋତୁ ଆରମ୍ଭ ହେଉ ହେଉ ଘଟୁଛି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା I କେଉଁଠି ପାଣିରେ ଭାସି ଯାଇ ତ କେଉଁଠି ପିକନିକ ଗାଡି ହେଉଛି ଦୁର୍ଘଟଣା ଗ୍ରସ୍ତ I ସେହିପରି ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଟିଟିଲାଗଡ଼ ନିକଟସ୍ଥ କତରକେଲା ରେଲ ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ। ଭୋଜି କାରିବାକୁ ଯାଉଥିବା ଏକ ପିକଅପ ଭ୍ୟାନ ଓଲଟି ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୬ ଜଣ ନାବାଳକ ଓ ୪ ଜଣ ମହିଳା ଅଛନ୍ତି। ସେମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଟିଟିଲାଗଡ଼ ବ୍ଲକ ଅଧୀନ ହଳଦୀ ଗାଁରୁ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ କଳାହାଣ୍ଡି ଜିଲ୍ଲା ଗୁରୁଜୀମୁଣ୍ଡାକୁ ପିକ୍ନିକ୍ ପାଇଁ ଯାଉଥିଲେ। ମାତ୍ର ଗାଡ଼ିଟି ଟିଟିଲାଗଡ଼ ନିକଟସ୍ଥ କତରକେଲା ରେଲ ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ତୁରନ୍ତ ସ୍ଥାନୀୟ ଲୋକେ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଭ୍ୟାନ୍ ଭିତରୁ ୧୫ ଜଣଙ୍କୁ ବାହାର କରିଥିଲେ।




