ପିଏମ୍-ଉଷା ଯୋଜନା,ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ମନ୍ତ୍ରୀ । ଏହି ଚିଠିରେ ସେ ଓଡ଼ିଶାରେ ପିଏମ୍-ଉଷା ଯୋଜନାକୁ କାର୍ଯ୍ୟକାରୀ କରିବାରେ ସହଯୋଗ ପାଇଁ ଅନୁରୋଧ କରିଛନ୍ତି । ଓଡ଼ିଶା ଯେପରି ପିଏମ ଉଷା ଯୋଜନାର ଲାଭ ପାଇବାରୁ ବଞ୍ଚିତ ନହୁଏ ତା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରୀୟ ଉଚ୍ଚତର […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ମନ୍ତ୍ରୀ । ଏହି ଚିଠିରେ ସେ ଓଡ଼ିଶାରେ ପିଏମ୍-ଉଷା ଯୋଜନାକୁ କାର୍ଯ୍ୟକାରୀ କରିବାରେ ସହଯୋଗ ପାଇଁ ଅନୁରୋଧ କରିଛନ୍ତି । ଓଡ଼ିଶା ଯେପରି ପିଏମ ଉଷା ଯୋଜନାର ଲାଭ ପାଇବାରୁ ବଞ୍ଚିତ ନହୁଏ ତା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।
ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୂସା)କୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ନାମରେ ଶୁଭାରମ୍ଭ କରାଯାଇଛି I ଏହା ପୂର୍ବରୁ ୨୦୨୨ ଜୁନ ୧୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପିଏମ-ଉଷା ଯୋଜନାର ଶୁଭାରମ୍ଭ ନେଇ ଅବଗତ କରାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ପିଏମ ଉଷାର ନୂଆ ପର୍ଯ୍ୟାୟରେ ଓଡ଼ିଶା ଏଯାଏ ଏମଓୟୁ ସ୍ୱାକ୍ଷର କରିନାହିଁ । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନକୁ ଜାରି ରଖିବା ପାଇଁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନାକୁ ଅନୁମୋଦନ ମିଳିଛି। ଏଥିରେ ୧୨ ହଜାର ୯୨୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ଧର୍ମେନ୍ଦ୍ର।
ଦୁର୍ଗମ,ଜନଜାତି ଅଧ୍ୟୁଷିତ,ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବା ପିଏମ- ଉଷାର ଲକ୍ଷ୍ୟ । ପିଏମ୍ -ଉଷା ନିର୍ଦ୍ଦେଶାବଳୀ ଅଧୀନରେ ନିର୍ଦ୍ଧାରିତ ବୁଝାମଣାପତ୍ର ସ୍ୱାକ୍ଷର କରିବା ଓଡ଼ିଶା ଭଳି ରାଜ୍ୟ ପାଇଁ ପ୍ରାଥମିକତା ଅଟେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର। ଏହା ଦ୍ବାରା ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଲଟିପୁଲ ଏଣ୍ଟ୍ରି-ଏକଜିଟ୍,ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍,ଏନଏଚଇକ୍ୟୁଏଫ,ଭାରତୀୟ ଜ୍ଞାନ ବ୍ୟବସ୍ଥା ଭଳି ସଂସ୍କାର ସହ ଓଡ଼ିଶା ଯୋଡ଼ି ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି।




