ପାର୍ସିଆଲ ହାର୍ଟ ଟ୍ରାନ୍ସପ୍ଲାଣ୍ଟ

ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ଅନେକ ଉନ୍ନତ୍ତି ଘଟିଛି । ଅସ୍ତ୍ରପୋଚାର ଫଳରେ ବିଭିନ୍ନ ବିରଳ ରୋଗର ଚିକିତ୍ସା ସମ୍ଭବ ହୋଇ ପାରୁଛି । ସେହିଭଳି ଏକ ବିରଳ ଅସ୍ତ୍ରପୋଚାର ଆମେରିକାରେ ହେବା ସହ ସଫଳ ମଧ୍ୟ ହୋଇଛି । ୨୦୨୨ରେ ଏହି ବରିଳ ଅସ୍ତ୍ରପୋଚାର କରାଯାଇଥିଲା, ଯାହା ସଫଳ ହୋଇଥିବା ବର୍ଷେ ପରେ ଜଣା ପଡିଛି । ସୂଚନା ଅନୁସାରେ ଆମେରିକାର ଏକ ଶିଶୁର ମାତ୍ର ୧୭ ଦିନରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା, […]

Samaya Live Picture
Published On

ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ଅନେକ ଉନ୍ନତ୍ତି ଘଟିଛି । ଅସ୍ତ୍ରପୋଚାର ଫଳରେ ବିଭିନ୍ନ ବିରଳ ରୋଗର ଚିକିତ୍ସା ସମ୍ଭବ ହୋଇ ପାରୁଛି । ସେହିଭଳି ଏକ ବିରଳ ଅସ୍ତ୍ରପୋଚାର ଆମେରିକାରେ ହେବା ସହ ସଫଳ ମଧ୍ୟ ହୋଇଛି । ୨୦୨୨ରେ ଏହି ବରିଳ ଅସ୍ତ୍ରପୋଚାର କରାଯାଇଥିଲା, ଯାହା ସଫଳ ହୋଇଥିବା ବର୍ଷେ ପରେ ଜଣା ପଡିଛି । ସୂଚନା ଅନୁସାରେ ଆମେରିକାର ଏକ ଶିଶୁର ମାତ୍ର ୧୭ ଦିନରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା, ଯାହା ଥିଲା ବିଶ୍ୱର ପ୍ରଥମ । ତେବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଶିଶୁଙ୍କୁ ଅତି କମରେ ଛଅ ମାସ ହେବାର ଆବଶ୍ୟକତା ରହିଛି । ତେଣୁ ଡାକ୍ତରମାନେ ପ୍ରଥମ ଥର ପାଇଁ ପାର୍ସିଆଲ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାର ରିସ୍କ୍‌ ନେଇଥିଲେ । ଏହି ପାର୍ସିଆଲ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ବିଶ୍ୱରେ ପ୍ରଥମ ଥର ପାଇଁ ୟୁଏସ୍‌ର ଡୁ୍ୟକ୍‌ ୟୁନିଭର୍ସିଟିରେ କରାଯାଇଥିଲା । ସୂଚନା ଅନୁସାରେ ଏକ ନବଜାତ ଶିଶୁର ବିରଳ ହାର୍ଟ ସମସ୍ୟା ଟ୍ରୁନକୁସ୍‌ ଆର୍ଟେରିଓସୁସ୍‌ ହୋଇଥିଲା । ଏହି ସମସ୍ୟାରେ ହାର୍ଟରୁ ଦୁଇଟି ବ୍ଲଡ ଭେସେଲ୍‌ ବଦଳରେ ଗୋଟିଏ ବଡ ବ୍ଲଡ୍‌ ଭେସେଲ ରହିଥାଏ । ଯାହାଫଳରେ ଆମ ଶରୀରରେ କମ ଅକ୍ସିଜେନ୍‌ ପହଞ୍ଚିଥାଏ । ତେବେ ଏହି ସମସ୍ୟାରେ ପୀଡିତ ଶିଶୁଙ୍କ ପାଖରେ ଖୁବ କମ ସମୟ ରହିଥାଏ ଭଲ ହେବା ପାଇଁ । ସେମାନଙ୍କୁ ତୁରନ୍ତ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କିମ୍ବା ନୁଆ ହାର୍ଟ ଭାଲ¶ର ଆବଶ୍ୟକତା ରହିଥାଏ, କିନ୍ତୁ ଏଥିପାଇଁ ଶିଶୁକୁ ଅତି କମରେ ୬ମାସ ହେବାର ଆବଶ୍ୟକତା ରହିଛି । ହେଲେ ଏହି ନବଜାତକଙ୍କ ପାଖରେ ଏତେ ସମୟ ନଥିଲା, ତେଣୁ ଡାକ୍ତର ପାର୍ସିଆଲ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତିକୁ ଆପଣାଇବାକୁ ବାଧ୍ୟ ହୋଇଥିଲେ । ଏହି ପ୍ରକ୍ରିୟାରେ ଡିଫେକଫଥିବା ଟିସୁକୁ ଏକ ନୂଆ ଟିସୁ ସହିତ ରିପ୍ଲେସ କରାଯାଇଥାଏ । ତେବେ ଏହି ପ୍ରକ୍ରିୟା ଆଗରୁ କେବଳ ଘୁଷୁରୀଙ୍କ ଉପରେ ପରୀକ୍ଷା କରାଯାଇଥିଲା, କୌଣସି ମଣିଷ ଉପରେ ଏହାର ପରୀକ୍ଷଣ ହୋଇନଥିଲା । ସେହିଭଳି ଏହି ଟିସୁକୁ ଶରୀରରେ ଇନ୍‌ପ୍ଲାଣ୍ଟ କରାଯିବା ପରେ ଏହା ନିଜେନିଜେ ବଢିଥାଏ ଯାହା ଫଳରେ ଆଗକୁ ଆଉ କୌଣସି ସର୍ଜରୀର ଆବଶ୍ୟକତା ପଡି ନଥାଏ । ତେବେ ଯଦି ଏହା ନବଢେ ତଥାପି ଏହା କିଛି ସମୟ ପାଇଁ ଶିଶୁକୁ ନିରୋଗ ରଖିଥାଏ, ଯାହା ଫଳରେ ହାର୍ଟ ଟାନ୍ସପ୍ଲାଣ୍ଟ ପାଇଁ ସମୟ ମିଳିଯାଇଥାଏ । ଏହି ଶିଶୁ କ୍ଷେତ୍ରରେ ଅସ୍ତ୍ରପୋଚାର ସଫଳ ହୋଇଥିଲା । ବର୍ତ୍ତମାନ ଶିଶୁଟି ସମ୍ପୂର୍ଣ୍ଣ ନିରୋଗ ଥିବା ସହିତ ଅନ୍ୟ ଶିଶୁଙ୍କ ଭଳି ସମସ୍ତ କାର୍ଯ୍ୟ କରିପାରୁଛି ବୋଲି ଜଣା ପଡିଛି ।

Tags: